କନକ ବ୍ୟୁରୋ : କଂଗ୍ରେସର କୁବେର ନେତା ଧୀରଜ ସାହୁଙ୍କୁ ସମନ କଲା ଇଡି । ହେମନ୍ତ ସୋରେନଙ୍କ ଦିଲ୍ଲୀ ଘରୁ ଜବତ ବେନାମୀ ବିଏମଡବ୍ଲ୍ୟୁ କାର ଲିଙ୍କରେ ସମନ ହୋଇଛି । ଡିସେମ୍ବର ମାସରେ ଆୟକର ବିଭାଗ ଧୀରଜଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଓଡିଶା ସମେତ ବିଭିନ୍ନ ସ୍ଥାନରେ ରେଡ୍ କରି ୩୫୦ କୋଟିରୁ ଅଧିକ ଟଂକା ଜବତ କରିଥିଲା ଆୟକର ବିଭାଗ । ଏବେ ହେମନ୍ତ ସୋରେନଙ୍କୁ ଘରୁ କାର ଜବତ ପରେ କଂଗ୍ରେସର ଏହି ନେତାଙ୍କୁ ସମନ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଧୀରଜ ସାହୁଙ୍କୁ ଶନିବାର ପଚରାଉଚରା ପାଇଁ ଡକାଯାଇଛି । ପୂର୍ବରୁ ଇଡି ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଛି । ଗୁରୁଗ୍ରାମର କରଦରପୁର ଗାଁରେ ଥିବା ଏକ ସ୍ଥାନରେ ଇଡି ବୁଧବାର ଚଢ଼ାଉ କରିଥିଲା । ଏହି ଠିକଣାରେ ହରିୟାଣା ନମ୍ବର ପ୍ଲେଟ୍ ଥିବା ଏସୟୁଭି ପଞ୍ଜୀକୃତ ହୋଇଥିଲା । ଏହି ମାମଲାରେ ବୁଧବାର କୋଲକାତାର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଇଡି ସନ୍ଦେହ କରୁଛି ଯେ ଗାଡିଟି ଧୀରଜ ସାହୁଙ୍କ ସହ କୌଣସି ବେନାମୀ ଢଙ୍ଗରେ ଲିଙ୍କ୍ ରହିଛି ।
କୁବେର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଇଡିର ସମନ । ଶନିବାର ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2024/02/30-7.jpg)