କନକ ବ୍ୟୁରୋ : ନାରଦ ଷ୍ଟିଙ୍ଗ ଅପରେଶନ ମାମଲାରେ ବୁଧବାରଦିନ ଇଡି ପକ୍ଷରୁ ପିଏମଏଲଏ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାଖଲ କରିଥିବା ଚାର୍ଜସିଟରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କର ନାମ ରହିଛି । ଏହା ବ୍ୟତୀତ ଚାର୍ଜସିଟରେ ପୂର୍ବମନ୍ତ୍ରୀ ମଦନ ମିତ୍ରାଙ୍କର ନାମ ବି ରହିଛି । ଅନ୍ୟପଟେ ଟିଏମସି ଛାଡିସାରିଥିବା ସୋଭନ ଚାଟାର୍ଜୀଙ୍କ ନାମ ବି ଏହି ଚାର୍ଜସିଟରେ ରହିଥିବା ବେଳେ ପୋଲିସ ଅଧିକାରୀ ଏସଏମଏଚ ମିର୍ଜାଙ୍କୁ ବି ଏହି ମାମଲାରେ ଅଭିଯୁକ୍ତ ଭାବେ ଗ୍ରହଣ କରିଛି ଇଡି । ଚାର୍ଜସିଟ ଦାଖଲ ପରେ ଏବେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଖେଳି ଯାଇଛି । ଇଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛି ।
Enforcement Directorate (ED) submits chargesheet in Narada sting case. TMC leaders Firhad Hakim, Madan Mitra, Subrata Mukherjee, Sovan Chatterjee have been named in the chargesheet. All of them have been summoned.
— ANI (@ANI) September 1, 2021
କହିରଖୁ କି ସିବିଆଇ ମେ’ ମାସରେ ନାରଦା ଷ୍ଟିଙ୍ଗ ଅପରେଶନ ମାମଲାରେ ଟିଏମସିର ୪ ଜଣ ମନ୍ତ୍ରୀ, ପୂର୍ବ ମେୟରଙ୍କୁ ଗିରଫ କରିଥିଲା । ଏଭଳି ଗିରଫକୁ କୋଲକତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋର ବିରୋଧ କରିଥିଲେ । ସେ ଅଭିଯୋଗ କରିଥିଲେ କି କେନ୍ଦ୍ରୀୟ ଏଜେନ୍ସିମାନେ କେନ୍ଦ୍ର ସରକାରଙ୍କ କଥାରେ ଏଭଳି କରୁଛନ୍ତି । ଏହି ମାମଲା ଷ୍ଟିଙ୍ଗ ଅପରେଶନ ସମ୍ବନ୍ଧିତ । ଏହି ଅପରେଶନରେ ପୂର୍ବ ସରକାରୀ କର୍ମଚାରୀ ଷ୍ଟିଙ୍ଗ ଅପରେଶନ କରୁଥିବା ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା ।