କନକ ବ୍ୟୁରୋ : ଏକ ବଡ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଫଶିବାକୁ ଯାଉଥିବା ନଜରକୁ ଆସୁଛି । ସୂଚନା ମୁତାବକ ଦିଲ୍ଲୀରେ ଏକ ଅର୍ଥ ହେରଫେର ମାମଲାରେ ଜ୍ୟାକଲିନଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରା ଉଚରା କରିଛି । ଏହି ମାମଲାରେ ଇଡି ଜ୍ୟାକଲିନ୍ ଙ୍କ ବୟାନ ରେକର୍ଡ କରିଛି । ଏହି ମାମଲା ଠକ ମୁକେଶ ଚନ୍ଦ୍ରଶେଖରଙ୍କ ସହିତ ଜଡିତ  । ଯାହାଙ୍କ ନାମରେ ଅର୍ଥ ହେରଫେର ମାମଲା ଦାଖଲ କରାଯାଇଛି ।

Advertisment

କହିରଖୁ କି, ଅଗଷ୍ଟ ୨୩ ତାରିଖରେ ତିହାର ଜେଲ ଭିତରୁ ଆଜି ପର୍ଯ୍ୟନ୍ତ ୨୦୦ କୋଟି ବଟି ଆଦାୟ ମାମଲାରେ ମୁକେଶ ଚନ୍ଦ୍ର ଶେଖର ଓ ଅଭିନେତ୍ରୀ ଲୀନା ପଲଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଏହି ଚଢାଉରେ ଇଡିକୁ ବିପୁଳ ପରିମାଣର ଅର୍ଥ ଜବତ କରାଯିବା ସହ ୧୫ ଟି ଦାମି କାର ବି ଜବତ ହୋଇଥିଲା ।

ଏଭଳି ଦାଦା ବଟି ଆଦାୟ କରିବା ଓ ଲୋକଙ୍କୁ ବିଭିନ୍ନ କୋର୍ଟ କଚେରୀ ମାମଲାରେ ସହାୟତା ଯୋଗାଇ ଦେବାକୁ କହି ଚନ୍ଦ୍ରଶେଖର ଅନେକ ଲୋକଙ୍କ ଠାରୁ ଶହ ଶହ କୋଟି ଟଙ୍କା ଠକି ନେଇଛନ୍ତି । ଏହି ଅର୍ଥ କାରବାରକୁ ନେଇ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ନାମ ଆସିବା ପରେ ଆଜି ଜ୍ୟାକଲିନଙ୍କୁ ଇଡି ପଚରା ଉଚରା କରୁଛି । ଅନୁମାନ କରାଯାଉଛି କି ଇଡିକୁ ମିଳିଥିବା ସୂଚନା ଓ ଜ୍ୟାକଲିନଙ୍କ ବୟାନରୁ ଜଦି କିଛି ସତ୍ୟତା ମିଳେ ତେବେ ଜ୍ୟାକଲିନ ଏକ ବଡ ମାମଲାରେ ଫଶିବାକୁ ଯାଉଛନ୍ତି ।