କନକ ବ୍ୟୁରୋ : ମହାରାଷ୍ଟ୍ର ସରକାରରେ ପୂର୍ବତନ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖଙ୍କ ଗିରଫ ପରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ୧ ହଜାର କୋଟିର ସମ୍ପତ୍ତି ଜବତ କରିଛି ଆୟକର ବିଭାଗ । ଆୟକର ବିଭାଗ ମୋଟ ୫ ଟି ସମ୍ପତ୍ତି ଜବତ୍ କରିଛି । ଯାହାର ଆନୁମାନିକ ମୂଲ୍ୟ ୧ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ଜରନ୍ଦେଶ୍ୱର ସୁଗାରମିଲ, ସାଉଥ ଦିଲ୍ଲୀରେ ଥିବା ଫ୍ଲାଟ୍, ପାର୍ଥ ପାୱାର ନିର୍ମଲ ଅଫିସ୍,ଗୋଆର ନିଲୟ ରିସୋର୍ଟ, ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ୨୭ ଟି ପ୍ଲଟ୍ ।
କହିରଖୁ କି ଅଜିତ ପାୱାରଙ୍କ ପୂର୍ବରୁ ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ବେଆଇନ ଅର୍ଥ ଆଦାୟ ମାମଲାରେ ଛନ୍ଦି ହୋଇ ସରକାରରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିବା ପରେ ତାଙ୍କୁ ଗିରଫ୍ କରାଯାଇଛି ।
Income Tax Department has attached properties of Maharashtra Deputy CM Ajit Pawar worth Rs 1000 cr. Five properties including Nirmal Tower at Nariman Point, Mumbai has been attached by IT Dept. Last month, IT Dept conducted raids at houses& companies of sisters of Pawar: Sources pic.twitter.com/WaCD71BfIa
— ANI (@ANI) November 2, 2021
ସୂଚନା ଥାଉକି ପୂର୍ବ ୭ ମାସ ଧରି ଆୟକର ବିଭାଗ ପାଖାପାଖି ୭୦ ଟି ସ୍ଥାନରେ ଚଢାଉ କରିଛି । ଏହି ସମୟରେ ଅଜିତ ପାୱାରଙ୍କ ସମେତ ତାଙ୍କ ପୁଅ ପାର୍ଥ ପାୱରଙ୍କ ମାଲିକାନାରେ ଥିବା ଅନେକ ସମ୍ପତ୍ତି ଜବତ କରିଛି । ଏସବୁ ପରେ ମହାରାଷ୍ଟ୍ର ସରକାରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି କ୍ରମରେ ସ୍ଥିତି ଦେଖି ମହାରାଷ୍ଟ୍ର ବିଜେପି ମହାଅଘାଡି ସରକାର ଉପରେ ବିଭିନ୍ନ ବୟାନ ମାନ ଜାରି କରିଛି ।