କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ରିମାଣ୍ଡରେ ନେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବା ବେଳେ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି । ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି । ଇଡି କହିଛି ଯେ,
- ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ୍ ବା ମାଷ୍ଟରମାଇଣ୍ଡ
- ଏହି ମାମଲା ସହ ଜଡ଼ିତ ଅନେକ ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରାଯାଇଛି
- ଅନେକ ଫୋନ୍ ଭଙ୍ଗାଯାଇଥିବା ଅଭିଯୋଗ ଆଣିଛି ପ୍ରବର୍ତନ ନିର୍ଦ୍ଦେଶାଳୟ
- ପ୍ରଥମେ ୧୦ କୋଟି ଓ ପରେ ୧୫ କୋଟି କରି ଦୁଇ ଥର ଟଙ୍କା ଟ୍ରାନ୍ସଫର ହୋଇଛି
- ପଞ୍ଜାବ ଓ ଗୋଆ ନିର୍ବାଚନରେ ଦୁର୍ନୀତି ଟଙ୍କା ଖର୍ଚ୍ଚ କରାଯାଇଛି
- କେବଳ ଗୋଆରେ ୪୫ କୋଟି ଟଙ୍କା ବ୍ୟବହାର ହୋଇଛି
- ‘ସାଉଥ୍ ଗ୍ରୁପ୍’ର କେତେକ ଅଭିଯୁକ୍ତଙ୍କଠାରୁ ୧୦୦ କୋଟି ଟଙ୍କା ଦାବି କରିଥିଲେ

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରିମାଣ୍ଡରେ ନେବା ପରେ ଇଡି ଲକଅପରେ କଟିଛି କେଜ୍ରିୱାଲଙ୍କ ରାତି ।

ହାଜତରେ କଟିଲା ରାତି
- ଶୋଇବାକୁ କେଜ୍ରିୱାଲଙ୍କୁ କେବଳ ଗଦି ଓ ଚଦର ହିଁ ମିଳିଥିଲା
- କେଜ୍ରିୱାଲଙ୍କୁ ଅନ୍ୟ କୌଣସି ସୁବିଧା ପ୍ରଦାନ କରାଯାଇନଥିଲା
- ରାତିରେ ଠିକ୍ ଭାବେ ଶୋଇପାରିନଥିବା ସୂଚନା
- କେଜ୍ରିୱାଲଙ୍କୁ ଖାଇବା ପାଇଁ ରାତ୍ରୀ ଭୋଜନ ମିଳିଥିଲା
- ଘରୁ ଔଷଧ ମଗାଇ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଗଲା
- ମଧୁମେହରେ ପୀଡ଼ିତ ଅଛନ୍ତି ଅରବିନ୍ଦ କେଜ୍ରିୱାଲ
- ନିୟମିତ କେଜ୍ରିୱାଲ ନେଉଥିବା ଔଷଧ ଘରୁ ମଗାଯାଇଥିଲା
- ସକାଳେ ଚା’ ଓ ଜଳଖିଆ ଅରବିନ୍ଦ ମିଳିଥିବା ସୂଚନା
- ପ୍ରତ୍ୟେକ ଦିନ ଅଧଘଂଟା କେଜ୍ରିୱାଲଙ୍କୁ ଭେଟିପାରିବେ ତାଙ୍କ ପତ୍ନୀ