ଜମି ବଦଳରେ ଚାକିରି ମାମଲା : ସିବିଆଇ ଏବଂ ଇଡିରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ଓ ମିସା ଭାରତୀ

Advertisment
ଜମି ବଦଳରେ ଚାକିରି ମାମଲା : ସିବିଆଇ ଏବଂ ଇଡିରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ଓ ମିସା ଭାରତୀ

କନକ ବ୍ୟୁରୋ : ଇିଡ ଓ ସିବିଆଇରେ ହାଜର ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭଉଣୀ ତଥା ଆରଜେଡି ସାଂସଦ ମିସା ଭାରତୀ । ଜମି ବଦଳରେ ଚାକିରି ଦୁର୍ନିତି ମାମଲାରେ ଉଭୟ ଶନିବାର ସିବିଆଇ ଏବଂ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ସିବିଆଇ ପଚରାଉଚରା କରିବା ପାଇଁ ୩ ଥର ଡକାଇଥିଲେ, ହେଲେ ନିଜ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ହାଜର ହୋଇନଥିଲେ ବିହାର ଉପମୁଖ୍ୟମନ୍ତ୍ରୀ । ତେଜସ୍ୱୀ କହିଛନ୍ତି, ତଦନ୍ତ ବିରୋଧରେ ଲଢିବା ପାଇଁ ସେ ଓ ତାଙ୍କ ପରିବାର ନିଷ୍ପତି ଗ୍ରହଣ କରିଛନ୍ତି । ଏଥିରେ ବିଜୟୀ ହେବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ମାମଲାରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ସିବିଆଇ ସମନକୁ ଚ୍ୟାଲେଂଜ କରି ବିହାର ଉପମୁଖ୍ୟମନ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ସିବିଆଇ ଗିରଫ କରିବ ନାହିଁ ବୋଲି ଆଶ୍ୱସ୍ତ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe