ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡରେ ଇଡି । ଏଟି ଚିଟଫଣ୍ଡ ମାମଲାରେ ଜବତ ଦାମୀ କାରକୁ ନେଇ ବଢୁଛି ସନ୍ଦେହ ।

486

କନକ ବ୍ୟୁରୋ : ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ଆକ୍ଟିଭ ମୋଡକୁ ଆସିଛି ଇଡି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ତନାଘନା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ବ୍ରହ୍ମପୁରର ଜଣେ କଣ୍ଟ୍ରାକ୍ଟରଙ୍କ ଘରେ ଚଢ଼ାଉ କରି ଏକ ଦାମୀ କାର ଜବତ କରିଥିଲା ଇଡି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଇଡି ଅଫିସରେ ରହିଛି ଜବତ ’ଅଡି’ କାର । କାରର ନମ୍ବର ରହିଛି ଓଡି-୦୨-ସିଏଚ୍-୨୮୦୯ । ଏହି କାରକୁ ନେଇ ସନ୍ଦେହ ବଢୁଥିବା ବେଳେ ଏହାର ମାଲିକ ନରସିଂହ ପାତ୍ର ବୋଲି ସୂଚନା ମିଳିିଛି । ତେବେ ଚିଟଫଣ୍ଡ ଠକଙ୍କ ସହ ନରସିଂହଙ୍କର କଣ ରହିଛି ଲିଙ୍କ, ତାର ଖୋଳତାଡ଼ କରୁଛି ଇଡି । ଏହି ମାମଲାରେ ଗତକାଲି ଆଉ ଜଣେ ଠିକାଦାରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ୭୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଇଡି ।