ଆକ୍ସନ ମୋଡରେ ଇଡି: ସିସୋର ମୁଖିଆଙ୍କୁ ଜେରା, ରାଜନେତାଙ୍କ ଛାତି ଧଡ ଧଡ!

373

କନକ ବ୍ୟୁରୋ: ପ୍ରବର୍ତନ ନିର୍ଦ୍ଦେଶାଳୟର ଚିଟ୍ଫଣ୍ଡ ତନାଘନା । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଥମ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସ । ଜମି କିଣାବିକା ଓ ପଲିଟକାଲ ଲିଙ୍କ ନେଇ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଜେରାର ସମ୍ମୁଖିନ କରିବା ପରେ କନକ ନ୍ୟୁଜକୁ ଦେଇଛନ୍ତି ଏକ୍ସକ୍ଲୁସିଭ ବୟାନ ସିସୋର ମୁଖ୍ୟ ।

ପ୍ରବର୍ତନ ନିର୍ଦେଶାଳୟରେ ସିସୋର ମୁଖିଆ । ପଲିଟିକାଲ ଲିଙ୍କ ନେଇ ଇଡିର ତନାଘନା । ସିସୋର ଖଳନାୟକ କୁହାଯାଉଥିବା ପ୍ରଶାନ୍ତ ଦାସଙ୍କୁ ଘଂଟା ଘଂଟା ଧରି ପ୍ରଶ୍ନ ପଚାରିଛି ଇଡି । ପ୍ରଶାନ୍ତଙ୍କ ପଲିଟିକାଲ ଲିଙ୍କ ନେଇ ଗୁଡାଇ ତୁଡାଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଆଗାମି ନିର୍ବାଚନକୁ ନେଇ ଏବେ ସିସୋର ଚିଟଫଣ୍ଡର ଗୁମର ଖୋଲିବାରେ ଲାଗିପଡିଛି ଇଡି । ବିଶେକରି ପ୍ରଶାନ୍ତଙ୍କୁ ଜେରା ପରେ, ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଇଡି ଅଫିସ ଟାଣିବାକୁ ଯୋଜନା କରୁଥିବା ଜଣାପଡିଛି । ସିସୋର ଚିଟଫଣ୍ଡ ଘୋଟାଲାରେ ସିବିଆଇ ଯେଉଁ ସବୁ ତଥ୍ୟ ପ୍ରମାଣ ହାସଲ କରିଥିଲା ସେସବୁକୁ ସଂଗ୍ରହ କରିଛି ଇଡି । ଗିରଫ ହୋଇ ଜେଲଦଣ୍ଡ ଭୋଗିଥିବା ଚିଟଫଣ୍ଡ ଖଳନାୟକଙ୍କୁ ପାଳି ପାଳି କରି ଜେରା କରିବାର ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି ଇଡି ।

ପୁର୍ବରୁ ସିସୋର ଚିଟଫଣ୍ଡ ଦୁର୍ନିତିରେ ଛନ୍ଦି ହୋଇ ବହୁ ହେଭିୱେଟ ଓ ରାଜନେତା ଜେଲଦଣ୍ଡ ଭୋଗିଛନ୍ତି । କିଛି କିଛି ଜେରା ହୋଇ ବି ରକ୍ଷା ପାଇ ଯାଇଛନ୍ତି । ତେବେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଯୋଡି ହୋଇଥିବା ଚିଟଫଣ୍ଡ ଦାଗୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଏହାସହିତ ପ୍ରଶାନ୍ତଙ୍କୁ ଜେରା ବେଳେ ରେକର୍ଡ ହୋଇଥିବା ବୟାନ ବେଶ ଗୁରୁତ୍ୱପୁର୍ଣ୍ଣ ଭୁମିକା ବହନ କରିବ । ତେବେ ବିଶେଶ କରି ଜମି କେଳେଙ୍କାରୀ ଓ ଟଙ୍କା ନେଣଦେଣର ଚିଠାକୁ ନେଇ ପୁଣି ଖୋଳତାଡ କରି, ସଂପତି ବାର୍ଯ୍ୟାପ୍ତି ପ୍ରକ୍ରିୟା ତ୍ୱାରନିତ ରହିବ ବୋଲି କୁହାଯାଉଛି । କିଛି ରାଜନେତାଙ୍କ ନାଁ ସିସୋରରେ ଯୋଡି ହୋଇଥିଲା, ସେମାନଙ୍କ ସହ କି ପ୍ରକାରର ଗଠବନ୍ଧନ ଥିଲା ତାର ଖୋଳତାଡ ପୁଣି ଆରମ୍ଭ କରଯାଇଛି । ପଲିଟିକାଲ ଲିଙ୍କ ନେଇ କିନ୍ତୁ ପ୍ରଶାନ୍ତ ମୁହଁ ଖୋଲି ନଥିବା ବେଳେ, ଇଡିକୁ ସବୁ ତଥ୍ୟ ଦେବେ କହି ହାଲୁକା ଇସାରା ଦେଇଛନ୍ତି ।

ଏଠାରେ ପ୍ରଶ୍ନ
ପ୍ରଶାନ୍ତଙ୍କୁ ଜେରା କରି କେଉଁ ରାଜନେତାଙ୍କ ଲିଙ୍କ ଖୋଜୁଛି ଇଡି?
୧୫ ଜଣିଆ ତାଲିକାରେ ରହିଛି କେଉଁ ହେଭିୱେଟଙ୍କ ନାଁ?
କିଏ ନେଇଥିଲା ପ୍ରଶାନ୍ତଙ୍କ ଠାରୁ ଟଙ୍କା, କିଏ ନେଇଥିଲା ଜମି?
କିଏ ଫସିିଛି ଆଉ କିଏ ଖସିଛି?
ଅର୍ଥତତ୍ୱ, ସିସୋର ପରେ ଏବେ କାହାର ପାଳି?
ନିର୍ବାଚନ ପୁର୍ବରୁ ଇଡିର ଛାଟ ସତେ ଯେମିତି ଚିଟଫଣ୍ଡ ଖଳନାୟକଙ୍କ ନିଦ ହଜାଇ ଦେଇଛି ।