ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀ କୋର୍ଟକୁ ଗଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବାରମ୍ବାର ନୋଟିସ ପରେ ହାଜର ନହେବାରୁ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲା ଇଡି

66

କନକ ବ୍ୟୁରୋ : ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । କେଜ୍ରିୱାଲଙ୍କ ବିରୋଧରେ ଏବେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ୫ଥର ସମନ୍ ପଠାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଶୁକ୍ରବାର କେଜ୍ରିୱାଲ ଇଡିର ପଂଚମ ସମନକୁ ବେଖାତିର କରିଥିଲେ । ଏଥିପାଇଁ ଏବେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି । କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଇଡି ତା’ର ଆବେଦନରେ ଉଲ୍ଲେଖ କରିଛି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଇପିସିର ଧାରା ୧୭୪ ଓ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା ୫୦କୁ ଆଧାର କରି କୋର୍ଟରେ ଆବେଦନ କରିଛି ଇଡି । ସେପଟେ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା କେଜ୍ରିୱାଲଙ୍କ ବାସଭବନରେ ପହଂଚିଥିଲା କ୍ରାଇମବ୍ରାଂଚ ଟିମ । କ୍ରେଜିୱାଲଙ୍କ ବିରୋଧରେ ବିଜେପି ଯେଉଁସବୁ ଅଭିଯୋଗ ଆଣିଥିଲା, ସେହି ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ ।