କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନିଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ଜୈନଙ୍କ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡି ପକ୍ଷରୁ ରାଓଜ ଏଭିନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି । କୁହାଯାଉଛି କି ଏହି ଚାର୍ଜସିଟ ଉପରେ ଆଜି କୋର୍ଟରେ ଶୁଣାଣି ହୋଇପାରେ । ଚାର୍ଜସିଟରେ ଜୈନଙ୍କ ସମେତ ଅନ୍ୟ ୬ ଜଣ ବ୍ୟକ୍ତି ଓ ୪ ଟି କମ୍ପାନୀର ନାମ ଏହି ଚାର୍ଜସିଟରେ ରହିଛି ।

Advertisment

ଏହି ଚାର୍ଜସିଟରେ କେଜ୍ରିୱାଲ ସରକରରେ ମନ୍ତ୍ରୀଥିବା ସତ୍ୟନ୍ଦ୍ର ଜୈନଙ୍କ ସମେତ ତାଙ୍କ ପତ୍ନୀ ପୁନମ ଜୈନ, ସଂପର୍କୀୟ ବୈଭବ ଜୈନ, ଅଂକୁଶ ଜୈନ, ସୁନିଲ କୁମାର ଜୈନ ଓ ଅଜିତ କୁମାର ଜୈନଙ୍କ ନାମ ରହିଛି । ଏହାସହ ଚାର୍ଜସିଟରେ ୪ ଟି କମ୍ପାନୀର ନାମ ବି ସାମିଲ କରାଯାଇଛି । ଏହି କମ୍ପାନୀ ମଧ୍ୟରେ ରହିଛି ଅର୍କିଚନ ଡେଭଲପର୍ସ ପ୍ରାଇଭେଟ ଲିମିଟେଡ, ପ୍ରୟାସ ଇନଫୋଟେକ ପ୍ରାଇଭେଟ ଲିମିଟେଡ ଓ ଜେ ଜେ ଆଇଡିୟଲ ।

କହିରଖୁ କି ଇଡି ପକ୍ଷରୁ ଜୁନ ୬ ତାରିଖରେ ଏନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ କିଛି ଟଙ୍କା ଓ ସୁନା ମୁଦ୍ରା ଜବତ କରିଥିଲା ଇଡି । ଏହାସହ କିଛି ସମ୍ପତ୍ତିର କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ବି ଜବତ ହୋଇଥିଲା । ସେପଟେ ଅର୍ଥ ହେରଫେର ମାମଲାରେ ସତ୍ୟନ୍ଦ୍ର ଜୈନଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କର ୮୧ ଲକ୍ଷ ଟଙ୍କାର ଜମି ଜବତ କରିଛି ଇଡି ।