କନକ ବ୍ୟୁରୋ : ପେଟିଏମରେ ପଶିଲା ଇଡି । ପେଟିଏମ୍ ଓ ଏହାର ବ୍ୟାଙ୍କ ସଂସ୍ଥା ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଥିବା ଜଣାପଡ଼ିଛି । ବୈଦେଶିକ ମୁଦ୍ରା ବିନିମୟ ନିୟମକୁ କମ୍ପାନୀ ଉଲଂଘନ କରୁଥିବା ଅଭିଯୋଗରେ ତଦନ୍ତ ହେଉଛି । ହେଲେ ନିର୍ଦ୍ଦିଷ୍ଟ ଭାବେ କେଉଁ କମ୍ପାନୀ କେଉଁ ନିୟମ ଉଲଂଘନ କରିଛି ତାହ ସ୍ପଷ୍ଟ ହୋଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଇଡି ପେଟିଏମ୍ ସମ୍ପର୍କିତ ସମସ୍ତ ତଥ୍ୟ ମାଗିଛି । ସଙ୍କଟ ଦେଇ ଗତି କରୁଥିବା ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଏବେ ଅନ୍ୟମାନଙ୍କ ଲାଗି ବ୍ୟବସାୟ ବଢାଇବାର ସୁଯୋଗରେ ପରିଣତ ହୋଇଛି ।
ଚଳିତ ମାସ ୨୯ ତାରିଖ ପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ ହେବ । ତେଣୁ ଏହା ପୂର୍ବରୁ ନିଜ ୱାଲେଟକୁ ଅନ୍ୟ ବ୍ୟାଙ୍କ ସହ ଯୋଡିବା ଲାଗି ପେଟିଏମ୍ ଉଦ୍ୟମ ଆରମ୍ଭ କରିଛି । ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପେଟିଏମ୍ ଏହାର ୱାଲେଟକୁ ବିକ୍ରି କରିବା ପାଇଁ ଚେଷ୍ଟା ଚଳାଇଛି । ଏଥିପାଇଁ ମୁକେଶ ଆମ୍ବାନୀଙ୍କ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଓ ଏଚଡିଏଫସି ବ୍ୟାଙ୍କ ସହ କଥାବାର୍ତା କରାଯାଉଛି । ୱାଲେଟ୍ ସଫଳତାର ସହ ବିକ୍ରି ହୋଇଗଲେ ସେଥିରେ ଥିବା ଗ୍ରାହକଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/02/16-5.jpg)