ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆକ୍ସନମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କ ଘରେ ଚଢାଉ

126

କନକ ବ୍ୟୁରୋ : ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କ ହାଇଦ୍ରାବାଦ ବାସଭବନରେ ଇଡି ଚଢାଉ କରିଛି । ତାଙ୍କ ନାମ ଦିଲ୍ଲୀ ଅବକାରୀ ନୀତି ମାମଲରେ ଆସିଥିଲା । ଏହି ମାମଲାରେ ଇଡି ଓ ସିବିଆଇ ପୂର୍ବରୁ କେ, କବିତାଙ୍କୁ ଜେରା କରିସାରିଛି ।

ଏହା ପୂର୍ବରୁ ଇଡି କେ କବିତାଙ୍କୁ ପାଖାପାଖି ୯ ଘଣ୍ଟା ଧରି ଜେରା କରିଥିଲା । ଇଡି କବିତାଙ୍କ ଉପରେ ସାଉଥ ଗ୍ରୁପର ଭାଗିଦାରୀ ହୋଇଥିବାରୁ ଅଭିଯୋଗ ଆଣିଥିଲା । ଯେଉଁଥିରେ ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ଅଭିଷେକ ବୋଇନାପଲ୍ଲୀ , ଅରୁଣ ପିଲ୍ଲାଇ ଓ ଅନ୍ୟ ରାଜନେତାଙ୍କ ନାମ ମଧ୍ୟ ସାମିଲ ରହିଛି । ଇଡି କହିଛି କି, ସାଉଥ୍ ଗ୍ରୁପ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଛି ।

କେବଳ କେ କବିତା ନୁହଁନ୍ତି ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଜେଲରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ବାରମ୍ବାର ନୋଟିସ କରୁଛି ।