କନକ ବ୍ୟୁରୋ : କେଜ୍ରିୱାଲଙ୍କୁ ଜାମିନ ଦେବା ନେଇ ତଳକୋର୍ଟଙ୍କ ରାୟ ବିରୋଧରେ ଇଡିର ଆବେଦନକୁ ଦିଲ୍ଲୀହାଇକୋର୍ଟ ଗ୍ରହଣ କରିଛନ୍ତି । ଇଡି ନିଜ ଆବେଦନରେ କହିଥିଲା ଟ୍ଟ
-ତଦନ୍ତର ଗୁରୁତ୍ବକୁ ଦେଖି କେଜ୍ରିୱାଲଙ୍କୁ ଜାମିନ ମିଳିବା ଉଚିତ ନୁହେଁ
-ଏହା ତଦନ୍ତ ଉପରେ ପ୍ରଭାବ ପକାଇବ
-ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି କେଜ୍ରିୱାଲ
-ତେଣୁ ଜାମିନ ମାମଲାର ତଦନ୍ତରେ ବାଧା ଆସିପାରେ
ଭିଓ-ମାମଲାର ଶୁଣାଣୀ କରି କୋର୍ଟ କହିଥିଲେ
-ଯେଉଁ ପର୍ୟ୍ୟନ୍ତ ମାମଲାର ଶୁଣାଣୀ ଚାଲିଛି ସେ ପର୍ୟ୍ୟନ୍ତ ତଳକୋର୍ଟଙ୍କ ନିର୍ଦ୍ଦେଶ କାର୍ୟ୍ୟକାରୀ ହେବନି
-ତୁରନ୍ତ ଶୁଣାଣୀ ପାଇଁ କୋର୍ଟ ମନା କରିଥିଲେ
ଇଡି ଆବେଦନ ଓ ଦିଲ୍ଲୀ ହାଇକୋର୍ଟଙ୍କ ଫଇସଲା ଉପରେ ପ୍ରତିକ୍ରିୟା ରଖିଛି ଆମ ଆଦମୀ ପାର୍ଟି । ଇଡିକୁ ଅସ୍ତ୍ର କରି କେଜ୍ରିୱାଲଙ୍କୁ ଟାର୍ଗେଟ କରାଯାଉଛି ବୋଲି ପାଲଟା ଜବାବ ଦେଇଛି ଆପ ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବର୍ତମାନ ତିହାର ଜେଲରେ କେଜ୍ରିୱାଲ ଥିବାବେଳେ ନିର୍ବାଚନ ପାଇଁ ୨୧ଦିନ ଜାମିନରେ ପାଇ ପ୍ରଚାର କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜୁନ ୧ରେ ପୁଣି ଜେଲକୁ ଫେରିଥିଲେ । ତେବେ ୩ଥର ଆବେଦନ କରିବା ପରେ ଗୁରୁବାର ତଳକୋର୍ଟ ଜାମିନ ପ୍ରଦାନ କରିଥିଲେ । ଏହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଇଡି । ଆଗକୁ ହାଇକୋର୍ଟଙ୍କ ଫଇସଲାକୁ ବିରୋଧ କରି କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି।

Advertisment