ଆମ ଆଦମୀ ପାର୍ଟି ପିଛା ଛାଡୁନି ପ୍ରବର୍ତନ ନିର୍ଦ୍ଦେଶାଳୟ । କେଜ୍ରିୱାଲଙ୍କ ସହଯୋଗୀଙ୍କ ୧୨ ଠିକଣାରେ ଇଡିର ଚଢ଼ାଉ

62

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ପିଛା ଛାଡୁନି ପ୍ରବର୍ତନ ନିର୍ଦ୍ଦେଶାଳୟ । ମଙ୍ଗଳବାର ମାରାଥନ ଚଢ଼ାଉ କରିଛି ଇଡି । ଦଳର ଅନେକ ନେତା,ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ଅଧିକାରୀଙ୍କ ଠିକଣାରେ ଚଢ଼ାଉ କରିଛି ତଦନ୍ତକାରୀ ସଂସ୍ଥା । ଆପର ରାଜ୍ୟସଭା ସାଂସଦ ଏନଡି ଗୁପ୍ତା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ ଜଳବୋର୍ଡର ପୂର୍ବତନ ଅଧିକାରୀ ସଲଭ କୁମାରଙ୍କ ବାସଭବନ ଓ କାର୍ଯାଳୟରେ ଚଢ଼ାଉ କରଯାଇଥିବା ସୂଚନା ମିଳିଛ । ଘଟଣାକୁ ଆପ ଷଡଯନ୍ତ୍ରର ନାଁ ଦେଇଥିବାବେଳେ ବିଜେପି ଏହାକୁ ଦୁର୍ନିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ।

ମନି ଲଡ୍ରିଂ ମାମଲାରେ ଦୀର୍ଘ ଦିନ ହେବ ଇଡି ରାଡ଼ାରେ ରହିଛି ଆମ ଆଦମୀ ପାର୍ଟି ଓ ଏହାର ନେତା ମନ୍ତ୍ରୀ । ସେପଟେ ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଅତସୀ ମାର୍ଲେନା ସାମ୍ବାଦିକ ସମ୍ମିଳୀ କରି ବିଜେପି ଓ ଇଡିକୁ ଟାର୍ଗେଟ କରି କହିଛନ୍ତି..ମନି ଲଡ୍ରିଂ ମାମଲାରେ ଇଡି ନିକଟରେ ଆମ ଆଦମୀ ପାର୍ଟି ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ବିଜେପିର ନିର୍ଦ୍ଦେଶକ୍ରମେ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି । ଇଡି ବିରୋଧରେ ବଡ଼ ଖୁଲ୍ଲାସା କରିବାକୁ ଯାଉଥିବାବେଳେ ଇଡିର ଭୟଭୀତ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ କରିଛି ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ବିରୋଧୀ । ଶିବସେନା, ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ଦିଲ୍ଲୀ ସରକାରଙ୍କ ସମସ୍ୟା ବଢ଼ିଚାଲିଛି । ଦିଲ୍ଲୀ ମଦ ଦୁର୍ନୀତି ହେଉ ବା ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି , କେଜିୱାଲ ସରକାର ଚାରିଆଡୁ ଫସିଛନ୍ତି । ସେପଟେ ବାରମ୍ବାର ସମନ ସତ୍ୱେ ଜେରା ପାଇଁ ହାଜର ହେଉନଥିବାରୁ ଆପ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଇଡି । ଏବେ ଦେଖିବାକୁ ବାକି ରହିଥିଲା ଇଡିର ଆକ୍ରାତ୍ମମ କାର୍ଯ୍ୟାନୁଷ୍ଠାନର କିଭଳି ସାମ୍ନା କରିବ ଆମ ଆଦମୀ ପାର୍ଟି ।