ଅଡୁଆରେ ଦେଶର ପ୍ରତିଷ୍ଠିତ ଏଫଏମସିଜି କମ୍ପାନୀ ଆମୱେ: ରେଡ୍ କରି ଇଡି ୭ଶହ ୫୦ କୋଟିରୁ ଅଧିକ ସମ୍ପତି କଲା ଜବତ

987

କନକ ବ୍ୟୁରୋ: ଅଡୁଆରେ ଦେଶର ପ୍ରତିଷ୍ଠିତ ଏଫଏମସିଜି କମ୍ପାନୀ ଆମୱେ । ଆଜି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ ୭୫୮ କୋଟି ଟଂକାର ସଂପତି ଜବତ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି କହିଛି କମ୍ପାନୀ ଯେଉଁ ପ୍ରଡକ୍ଟ ବିକ୍ରି କରୁଥିଲା ତାର ଦାମ ବଜାର ଦରଠୁ ଢେର ଅଧିକ ଥିଲା । କମ୍ପାନୀର ଉଦ୍ଦେଶ୍ୟ କେବଳ ଏଜେଂଟ କିଭଳୀ ଧନୀ ହେବେ ତା ଉପରେ ଗୁରୁତ୍ୱ ଥିଲା । କିନ୍ତୁ ସେହି ପରିମାଣରେ କମ୍ପାନୀ ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଉନଥିଲା ।

ଏହି କମ୍ପାନୀ ମାର୍କେଟିଂ ଜରିଆରେ ବିଭିନ୍ନ ପ୍ରକାରର ସ୍କାମରେ ଲିପ୍ତ ରହିଛି ବୋଲି ଇଡି କହିଛି । ଆମୱେର ତାମିଲନାଡୁର ଦିନଡିଗୁଲ ଜିଲ୍ଲାରେ ଥିବା କାରଖାନା, ମେସିନ, ଯାନବାହାନ, ବ୍ୟାଙ୍କ ଆକାଉଂଟ ଏବଂ ଫିକ୍ସ ଡିପୋଜିଟକୁ ଜବତ କରିଛି । ଏହା ପୂର୍ବରୁ କମ୍ପାନୀ ସହିତ ଲିଙ୍କରେ ଥିବା ୩୬ଟି ବ୍ୟାଙ୍କ ଆକାଉଂଟରୁ ୩୪୫ କୋଟି ୯୪ ଲକ୍ଷ ଟଂକା ଜବତ କରିବା ସହିତ ୪୧୧ କୋଟି ୮୩ ଲକ୍ଷ ଟଂକାର ସ୍ଥାବର ଓ ଅସ୍ଥାବର ସଂପତି ଜବତ କରିଥିଲା । ଆମୱେ ଚେନ୍ ଆକାରରେ ନିଜର ବ୍ୟବସାୟ କରେ । ଗୋଟିଏ ପ୍ରଡକ୍ଟ ଗ୍ରାହକ ପାଇଲେ ଏହା ମଝିରେ ଥିବା ଅନେକ ଏଜେଂଟ ଲାଭ ପାଇଥାନ୍ତି ।