କନକ ବ୍ୟୁରୋ : ଗାଡି ନିର୍ମାତା ହିରୋ ମଟୋକର୍ପର ମୁଖ୍ୟ ପରିଚାଳକ ପବନ ମୁଞ୍ଜାଲଙ୍କ ଅଡୁଆ ବୃିବାରେ ଲାଗିଛି । ଇଡି ତରଫରୁ ଦିଲ୍ଲୀରେ ଥିବା ୨୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଇଡିର ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡ୍ରିଂ ସହିତ ଜଡିତ ଏକ ମାମଲା ବୋଲି ଜଣାପଡିଛି ।
ହିରୋ ମଟୋକପର ମୁଖ୍ୟ ପରିଚାଳକ ପବନ କାନ୍ତ ମୁଞ୍ଜାଲଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ମାମଲାର ଯାଂଚ କରୁଛି । ଏହା ପୂର୍ବରୁ ବି ପବନ ମୁଞ୍ଜାଲଙ୍କ କିଛି ସମ୍ପତ୍ତି ଇଡି ଜବତ କରିଥିଲା । ଏପର୍ଯ୍ୟନ୍ତ ମୋଟ ୫୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।

Advertisment

ଯାଂଚ ଏଜେନ୍ସି ତରଫରୁ କୁହାଯାଇଛି କି, ରାଜସ୍ୱ ବିଭାଗ ଦ୍ୱାରା ହୋଇଥିବା ଅଭିଯୋଗ ଆଧାରରେ ଯାଂଚ ଚାଲିଛି । ଏହି ମାମଲା ବେଆଇନ ଭାବେ ବିଦେଶୀ ମୁଦ୍ରାକୁ ଭାରତ ବାହାରକୁ ନେବା ଆଧାରରେ ହୋଇଛି । ଅଭିଯୋଗ ରହିଛି କି, ମୁଞ୍ଜାଲ ଓ ତାଙ୍କର କିଛି ସହଯୋଗୀ ବେଆଇନ ଭାବେ ୫୪ କୋଟି ଟଙ୍କା ସହ ସମାନ ବିଦେଶୀ ମୁଦ୍ରା ଦେଶରୁ ବାହାରକୁ ନେଇଯାଇଛନ୍ତି ।