ଇଡି ଜାଲରେ କଂଗ୍ରେସ ନେତା ଶିବ କୁମାର । ଆଜି ଶିବକୁମାରଙ୍କୁ କୋର୍ଟରେ ହାଜର କରିବ ଇଡି

94

କନକ ବ୍ୟୁରୋ : କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଜି କୋର୍ଟରେ ହାଜର କରିବ ପ୍ରତବର୍ତନ ନିର୍ଦ୍ଦେଶାଳୟ । ଆର୍ଥିକ ଅନିୟମିତତା ମାମଲାରେ ଗତକାଲି ତାଙ୍କୁ ଗରିଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଶିବ କୁମାରଙ୍କୁ ୪ଦିନ ଧରି ଜେରା କରିବା ପରେ ଇଡି ଗିରଫ କରିଥିଲା । ଇଡି ପକ୍ଷରୁ କୁହାଯାଇଛି ଯେ ତାଙ୍କୁ ହେପାଜତକୁ ନେଇ ଜେରା କରାଯିବାର ଆବଶ୍ୟକତା ଥିବାରୁ ବେଆଇନ ଅର୍ଥ କାରବାର ନିରୋଧ ଆଇନ ଅଧିନରେ ଗିରଫ କରାଯାଇଛି ।

ଏପଟେ ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛି କଂଗ୍ରେସ । ଅନ୍ୟପଟେ ଶିବ କୁମାର କହିଛନ୍ତି- ୨୦୧୭ରେ ଗୁଜୁରାଟର ବିଧାୟକଙ୍କୁ କର୍ଣ୍ଣାଟକରେ ସୁରକ୍ଷିତ ରଖିବା କାରଣରୁ ବିଜେପି ତାଙ୍କୁ ଟାର୍ଗେଟ୍ କରୁଛି