କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ସକ୍ରିୟ ରହିଛି ଇଡି । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ଚଢ଼ାଉ କରୁଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଉ ଆଗକୁ ନିର୍ବାଚନ ଆସୁଥିବାବେଳେ, ଓଡିଶାରେ ଇଡି ସକ୍ରିୟ ହେବା, ଚର୍ଚ୍ଚାର ବିଷୟ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବେଶ କିଛି ଦିନର ନୀରବତା ପରେ ପୁଣି ଥରେ ଓଡିଶାରେ ସକ୍ରିୟ ହୋଇଛି ଇଡି ବା ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କ ମାମଲାରେ ଗୁରୁବାର ଭୁବନେଶ୍ୱରର ଓ ବ୍ରହ୍ମପୁରରେ ଏକାଧିକ ବ୍ୟକ୍ତିଙ୍କ ଠିକଣାରେ ରେଡ୍ କରିଛି ଇଡି । ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ ପରେ ବ୍ରହ୍ମପୁରର ଜଣେ କଂଟ୍ରାକ୍ଟରଙ୍କ ଘରେ ଚଢ଼ାଉ କରି ଏକ ଦାମି କାର ଜବତ କରିଛି ଇଡି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଚିଟଫଣ୍ଡ ଲିଙ୍କକୁ ନେଇ ଆଉ ଜଣେ ଠିକାଦାରଙ୍କ ଘରୁ ୧୫ ଲକ୍ଷ ଟଙ୍କା ସମେତ ୭୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଇଡି । ତେବେ ରାଜ୍ୟରେ ବିଜେଡି- ବିଜେପି ମେଂଟକୁ ଚର୍ଚ୍ଚା ଚାଲିଥିବାବେଳେ, ଆସନକୁ ନେଇ ଭାଗବଂଟା ହୋଇପାରୁନଥିବାବେଳେ ରାଜ୍ୟରେ ଇଡି ସକ୍ରିୟ ହେବାକୁ ନେଇ ଭିନ୍ନ ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।
ଏହା ପୂର୍ବରୁ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ମଧ୍ୟ ଚଢ଼ାଉ କରିଥିଲା ପ୍ରବର୍ତନ ନିର୍ଦେଶାଳୟ । ବିଧାୟକ ପ୍ରଫୁଲ ସାମଲ ଓ ପ୍ରୟାସକାନ୍ତି ସାମଲଙ୍କୁ ମଧ୍ୟ ପଚରାଉଚୁରା କରିଥିଲା ଇଡି ।