ଇକ୍ୱାଡୋର ଜେଲରେ ସଂଘର୍ଷ । ୨୪ କଏଦୀ ମୃତ, ଅନେକ ଗୁରୁତର

166

କନକ ବ୍ୟୁରୋ : ଇକ୍ୱାଡୋରର ତଟୀୟ ସହର ଗୋୟାକିଲର ଏକ ଉପଦ୍ୱୀପ ଜେଲରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ହିଂସକ ସଂଘର୍ଷ ଫଳରେ ୨୪ ଜଣଙ୍କର ମୃତ୍ରୁ ହୋଇଥିବା ବେଳେ ୪୮ ଜଣ କଏଦୀ ଗୁରୁତର ହୋଇଛନ୍ତି । ଜେଲର ଜଣେ ଅଧିକାରୀ ତାଙ୍କ ବୟାନରେ କହିଛନ୍ତି ଯେ ପୋଲିସ ଓ ସେନା ମିଳିତ ଭାବେ ୫ ଘଂଟାଧରି ପ୍ରୟାସ କରିବା ପରେ ଜେଲ ପରିସରରେ ସ୍ଥିତି ନିୟନ୍ତ୍ରଣକୁ ଫେରିଛି ।

ଗୁଆମର ରାଜ୍ୟପାଳ ପାବଲେ ଅରୋସେମେନା ଜେଲ ବାହାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସ୍ଥତି ଏବେ ନିୟନ୍ତ୍ରଣାଧିନ ରହିଛି । ଅଧିକାରୀ ଜଣଙ୍କ କହିଛନ୍ତି କି ଜେଲ ଭିତରେ କଏଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାସହ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ସହ କିଛି ବିସ୍ଫୋଟକ ସାମଗ୍ରୀ ବ୍ୟବହାର କରିଥିଲେ । ଜେଲ ଭିତରେ ‘ଲଂସ ଲୋବେସ ଓ ଲଂସ ଚେନେରେସ’ ଗ୍ରୁପ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଥିଲା ।

ଗଣମାଧ୍ୟମରେ ଦେଖାଯାଉଥିବା ଭିଡିଓ ମୁତାବକ କଏଦୀମାନେ ଜେଲର ଫାଟକ ଦେଇ ଗୁଳି ଚଳାଉଛନ୍ତି । ଗୁଆମ ସରକାର ବି ତାଙ୍କ ଟ୍ୱିଟରରେ କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜେଲର ଗୋଟିଏ ପଟେ ୬ ଜଣ ରୋଷେୟାଙ୍କୁ ବାହାରକୁ ବାହାର କରୁଥିବାର ଭିଡିଓ ରହିଛି । ଏହାପୂର୍ବରୁ ଗୁଆସର ଏକ ଜେଲରେ ଏଭଳି ସଂଘର୍ଷ ଘଟି ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।  କହିରଖୁ କି ଗତ ଜୁଲାଇ ମାସରେ ଇକ୍ୱାଡୋରର ଦୁଇଟି ଜେଲରେ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୮ ଜଣ କଏଦୀଙ୍କର ମୃତ୍ୟୁ ହୋଇଥିଲା ।