ପୂର୍ବତଟ ରୋଳବାଇକୁ ରାଷ୍ଟ୍ରୀୟ ପୁରସ୍କାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କରାଯିବ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ

178

କନକ ବ୍ୟୁରୋ: ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ । ଭାରତୀୟ ରେଳବାଇର ସମସ୍ତ ଜୋନ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳ ପଥ ସମ୍ମାନୀତ ହେବ । ସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯିବ । ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନୀତ ହେବାକୁ ଯାଉଛି ପୂର୍ବତଟ ରେଳବାଇ ।

ରେଳ ମନ୍ତ୍ରୀ ପିୟୂଷ ଗୋୟଲ ଶ୍ରେଷ୍ଠ ଜୋନଲ ରେଲେୱ ସିଲଡ ୨୦୨୦ ପୂର୍ବତଟ ରେଳପଥକୁ ଦେବେ ବୋଲି ସୂଚନା ମିଳିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ୨୦୦.୮୫ ନିୟୁତ ଟନ ମାଲ ପରିବହନ କରିଥିଲା । ଯାହା ଗତ ବର୍ଷ ତୁଳନାରେ ୪.୩୭ ପ୍ରତିଶତ ଅଧିକ । ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର ଛଡା ପୂର୍ବତଟ ରେଳପଥ ଟ୍ରାଫିକ ସିଲ୍ଡ ଆକାଉଂଟସ ଏବଂ ଫାଇନାନ୍ସିଆଲ ମ୍ୟାନେଜମେଂଟ ସିଲ୍ଡ ଓ ସେଲ୍ସ ମ୍ୟାନେଜମେଂଟ ସିଲ୍ଡ ପୁରସ୍କାର ପାଇବ ବୋଲି ସୂଚନା ମିଳିଛି ।