ଦେଶର ପ୍ରସିଦ୍ଧ ଅଟୋ କମ୍ପାନୀ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନିଜ ପ୍ଲାଣ୍ଟ୍ କୁ ୧୭ ଦିନ ପାଇଁ ପ୍ରଡକ୍ସନ୍ ବନ୍ଦ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ତା ଚାଲିଥିବା ସମୟରେ କମ୍ପାନୀ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମହିନ୍ଦ୍ରା ଦେଶର ଦ୍ୱିତୀୟ ବଡ଼ ଅଟୋ କମ୍ପାନୀ ଯାହାର ପ୍ରଡକ୍ସନ୍ କେବଳ ମାନ୍ଦାବସ୍ତା କାରଣରୁ ବନ୍ଦ ହେଉଛି । ଏହାପୂର୍ବରୁ ୭ ଏବଂ ୯ ସେପ୍ଟେମ୍ବରରେ ମାରୁତି ସୁଜୁକିର ମାନେସର-ଗୁରୁଗ୍ରାମ୍ ପ୍ଲାଣ୍ଟ୍ ର ପ୍ରଡକ୍ସନ୍ ର କାମ ହୋଇନଥିଲା । ତେବେ ହିନ୍ଦୁଜା ସମୂହ ପ୍ରମୁଖ ଅଶୋକ ଲିଲେଣ୍ଡ ୧୬ ଦିନ ପାଇଁ ପ୍ଲାଣ୍ଟ୍ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ମହିନ୍ଦ୍ରା ସେୟାର୍ ବଜାରକୁ ନିଜ ପ୍ଲାଣ୍ଟ୍ କୁ କିଛି ଦିନ ପାଇଁ ବନ୍ଦ ରଖିବା ପାଇଁ ସୂଚନା ଦେଇଛି । ଏହି ତିନିମାସ ଭିତରେ ୩ ଦିନ ଅତିରିକ୍ତ ପ୍ରଡକ୍ସନ୍ କରାଯିବ ନାହିଁ ।
ଏହାସହ ମହିନ୍ଦ୍ରା ପକ୍ଷରୁ କୁହାଯାଇଛି ଯେ , ଚଳିତ ମାସର ଶେଷ ଆଡକୁ କୃଷି ଉପକରଣ କ୍ଷେତ୍ରରେ ଏକରୁ ତିନି ଦିନ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରହିବ । ଆପଣଙ୍କୁ କହିରଖୁଛୁ ଅଗଷ୍ଟ ମାସରେ ମହିନ୍ଦ୍ରାର ମୋଟ ବିକ୍ରିରେ ୨୫ ପ୍ରତିଶତ କମ୍ ହୋଇଥିଲା । କମ୍ପାନୀର ବିକ୍ରି କମି ୩୬,୦୮୫ ଟି ଗାଡି ବଳକା ରହିଥିଲା । ଗତବର୍ଷ ଅଗଷ୍ଟ ମାସରେ ମହିନ୍ଦ୍ରାର ୪୮,୩୨୪ ଟି ଗାଡି ବିକ୍ରି ହୋଇଥିଲା । ଦେଶର ବାହନ ବିକ୍ରି ଆକଳନରେ ଅଗଷ୍ଟ ମାସରୁ ୨୦ ବର୍ଷ ତଳକୁ ପହଁଚି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/mahindra-r_660_010116032519_020116043859_100517111843_112117075442.jpg)
/kanak/media/post_attachments/wp-content/uploads/2019/09/mahindra-reva-electric-vehicles-pvt-office-300x199.jpg)