କନକ ବ୍ୟୁରୋ : ରାଜ୍ୟ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୨-୨୩ ବର୍ଷ ପାଇଁ ପ୍ରକାଶ ପାଇଲା ଅଥନୈତିକ ସର୍ଭେ ରିପୋର୍ଟ । ତେବେ ୨୦୨୨-୨୩ ଆର୍ଥିକବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୭.୮% ରହିବ ବୋଲି ଆକଳନ କରାଯାଇଛି । ଯାହା ଜାତୀୟ ଅଭିବୃଦ୍ଧି ଠାରୁ ମଧ୍ୟ ଅଧିକ । ୨୦୨୩-୨୪ ରେ ଅଭିବୃଦ୍ଧି ହାର ୮ ରୁ ୮.୫% ରହିବ ବୋଲି ଆକଳନ କରାଯାଇଛି । ମହିଳାଙ୍କ ଆତ୍ମନିଯୁକ୍ତି ହାର ଜାତୀୟ ହାରଠୁ ଅଧିକ। ସେହିଭଳି ଏବେ ରାଜ୍ୟରେ ମୁଣ୍ଡପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିଛି । ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୧୦.୯% ବଢିଛି । ଗତ ୨ ଦଶନ୍ଧି ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ଉତ୍ସାହଜନକ ରହିଛି ।
କରୋନା ଭିତରେ ମଧ୍ୟ ରାଜ୍ୟ ଅର୍ଥନୀତି ଉପରେ ସେଭଳି ପ୍ରଭାବ ପଡିନାହିଁ । ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଥିବା ସତ୍ତେ୍ୱ ମଧ୍ୟ ରାଜସ୍ୱ ସଂଗ୍ରହରେ ରେକର୍ଡ କରିଛି ଓଡ଼ିଶା । ଭିତ୍ତିଭୂମି ବିକାଶ ଓ କୃଷି କ୍ଷେତ୍ରକୁ ଅଧିକ ଫୋକସ ଦିଆଯାଇଛି ।
Follow Us