ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।

155

କନକ ବ୍ୟୁରୋ: ସଂକୁଚିତ ହେବ ଓଡିଶା ଅର୍ଥନୀତି । ବଜେଟ ପୂର୍ବରୁ ୨୦୨୦-୨୧ ବର୍ଷର ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି ।  ସର୍ଭେରେ  କୁହାଯାଇଛି, ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି ହାର କମିବ  ।  ଅଭିବୃଦ୍ଧି ହାର ମାଇନସ ୪ ଦଶମିକ ୯୨ ହେବ । ରିପୋର୍ଟ ଅନୁସାରେ, ଏଥର ରାଜ୍ୟ ଅର୍ଥନୀତି ଉପରେ  କୋଭିଡର ଜୋରଦାର ପ୍ରଭାବ ପଡିଛି ।  କୋଭିଡ ପ୍ରଭାବରେ  ରାଜ୍ୟର ଅର୍ଥନୀତି ସଙ୍କୁଚିତ ହେବ ।

୨୦୧୨-୧୩ରୁ  ୨୦୧୯-୨୦ ମଧ୍ୟରେ  ରାଜ୍ୟର ଅର୍ଥନୀତି  ହାରାହାରି ବାର୍ଷିକ  ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା  । ଏହି ସମୟରେ  ଜାତୀୟ ହାର ୬.୬ ପ୍ରତିଶତ ଥିଲା । ୨୦୨୦-୨୧ ଦେଶର ଜିଡିପି ମାଇନସ ୭.୭  ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ  ରାଜ୍ୟର ଜିଡିପି  ମାଇନସ ୪.୯୨ ରହିବ, ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ ବୋଲି କୁହାଯାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟରେ ମୁଣ୍ଡ ପିଛା ଆୟ କମିଛି ।  ଗତବର୍ଷ ତୁଳନାରେ  ମୁଣ୍ଡପିଚ୍ଛା ଆୟ ୨୪ ଶହ ୧୦ ଟଙ୍କା କମିଛି । ୨୦୧୯-୨୦ରେ ଏହାଥିଲା ୧ ଲକ୍ଷ ୪ ହଜାର  ୫୬୬ ।  ଚଳିତ ବର୍ଷ ଏହା ହ୍ରାସ ପାଇ ପଂହଚିଛି ୧ ଲକ୍ଷ ୨ ହଜାର ୧୫୬ରେ । ରାଜ୍ୟର ମୁଣ୍ଡପିଚ୍ଛା ଆୟ ଗତବର୍ଷ ତୁଳନାରେ  ୨.୩ ପ୍ରତିଶତ ହ୍ରାସ ପାଇଛି ।