ରାହୁଲଙ୍କ ଗସ୍ତ ପୂର୍ବରୁ ପୁରୁଣା କେସକୁ ନେଇ ନିରଂଜନଙ୍କ ପାଖକୁ ଆସିଲା ନୋଟିସ । ପିସିସି ସଭାପତି କହିଲେ, ଷଡଯନ୍ତ୍ର ।

285

କନକ ବ୍ୟୁରୋ: ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସିଲା ପୁରୁଣା କେସର ନୋଟିସ୍ । ୧୦ ବର୍ଷ ତଳର କେସକୁ ଖୋଳତାଡ଼ କରିବା ପାଇଁ ନିରଞ୍ଜନଙ୍କୁ ଦିଲ୍ଲୀ ଇଓଡବ୍ଲୁର ସମନ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏଯାବତ୍ ନୋଟିସ୍ ବିଷୟରେ ମୋ ପାଖରେ କୌଣସି ଖବର ନାର୍ହି କି ମୁଁ କୌଣସି ନୋଟିସ୍ ପାଇନି । ଯଦି ମୋତେ ନୋଟିସ୍ ମିଳେ ତାହାହେଲେ ତାକୁ ସାମ୍ନା କରିବି । ରାହୁଲଙ୍କ ଗସ୍ତ ପୂର୍ବରୁ ଏହା ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ପିସିସି ସଭାପତି କହିଛନ୍ତି ।

ସେପଟେ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ମୁଖିଆଙ୍କୁ ନୋଟିସ୍ ହେବା ଘଟଣା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ରାଜନୀତି ସମୀକ୍ଷକମାନଙ୍କ କହିବା ମୁତାବକ, ଅନେକ ବର୍ଷ ତଳର ମାମଲାକୁ ଏବେ ଉଠାଇ ଉଭୟ କଂଗ୍ରେସ ଓ ନିରଂଜନଙ୍କୁ ବ୍ୟାକଫୁଟକୁ ଠେଲିବାକୁ ଏହା ଏକ ଚକ୍ରାନ୍ତ ହୋଇଥାଇପାରେ ।