କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟ୍କୁ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ ।

Advertisment

ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ । ସେହିପରି କୋଣାର୍କ ପରି ଭିତରକନିକାରେ ମଧ୍ୟ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଆଜିଠୁ ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ସମୁଦ୍ର କୂଳରେ ମଜା ନେବାକୁ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ତମ୍ବୁ ନିର୍ମାଣ କରାଯାଇଛି । ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକାର ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ଆଉ ରାତିରେ ସମୁଦ୍ରକୂଳରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ । ଇକୋ ରିଟ୍ରିଟକୁ ଲୋକେ ଧୀରେ ଧୀରେ ପସନ୍ଦ କରୁଥିବା ବେଳେ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଯେଉଁଥିପାଇଁ ଇକୋ ରିଟ୍ରିଟକୁ ଆହୁରି ସରସ ସୁନ୍ଦର କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର ।