ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଉଦ୍ୟମ: ହୀରାକୁଦ, ଭିତରକନିକା ଓ କୋଣାର୍କରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ଲୋକେ

ମନମୋହୁଛି ପ୍ରାକୃତିକ ଶୋଭାରାଜି

172

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ମନ ମୋହୁଛି ସମ୍ବଲପୁର ହୀରାକୁଦର ଇକୋ ରିଟ୍ରିଟ୍ । ହୀରାକୁଦ ତଥା ସମ୍ବଲପୁର ଜିଲ୍ଲାର ପ୍ରାକୃତିକ ଶୋଭାରାଜିକୁ ପର୍ଯ୍ୟଟକ କିଭଳି ଉପଭୋଗ କରିପାରିବେ ଓ ଆକର୍ଷିତ ହେବେ ପର୍ଯ୍ୟଟନ ବିଭାଗ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରିଛି । ହୀରାକୁଦ ଜଳଭଣ୍ଡାରକୁ ଲାଗି ୨୫ଟି କଟେଜ ତିଆରି ହୋଇଛି । ଯେଉଁଠାରେ ପର୍ଯ୍ୟଟକ ପ୍ରି ବୁକିଂ କରି ରାତ୍ରୀ ଯାପନ କରିପାରିବେ । ଏହା ସହ ନୀଳ ଜଳରାଶୀରେ ବୋଟିଂ ଠାରୁ ଆରମ୍ଭ କରି ପାରା ମୋଟରିଂ ବା ଆକାଶଛତାରେ ଆକାଶ ମାର୍ଗରୁ ହୀରାକୁଦ ଦେଖିପାରିବେ ।

 

ତେବେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ରହିବା ସହ କଟେଜ ଅଂଚଳକୁ ସାଧାରଣ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ବୋଟିଂ ଅଂଚଳରେ ସାଧାରଣ ପର୍ଯ୍ୟଟକ ବୁଲିବା ସହ ଜଳକ୍ରିଡ଼ା କରିପାରିବେ । ସେହିପରି ଭିତରକନିତାରେ ଇକୋ ରିଟ୍ରଟର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ପ୍ରକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟନ ବିଭାଗ ଛୋଟ ଛୋଟ କଟେଜ ବ୍ୟବସ୍ଥା କରିଛନ୍ତି । ସେହିପରି କୋଣାର୍କରେ ମଧ୍ୟ ଇକୋ ରିଟ୍ରିଟ୍ର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ ସୁମୁଦ୍ରର ନୀଳ ଜଳରାଶୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଭିଡ଼ ଲଗାଉଛନ୍ତି ।