କନକ ବ୍ୟୁରୋ : ନବରଙ୍ଗପୁର ବଜାରରେ ବିକ୍ରି ହେଉଛି ଉକୋ ଫ୍ରେଣ୍ଡଲି ରାକ୍ଷୀ । ଧନଲକ୍ଷ୍ମୀ ପ୍ରଡ୍ୟୁସର ଗ୍ରୁପ୍ ଓ ଧାନ ଶିଳ୍ପୀ ମାନେ ଏହି ରାକ୍ଷୀ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି । ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ବଜାର ବ୍ୟବସ୍ଥା କରାଯାଇଛି । ଧାନରେ ପ୍ରସ୍ତୁତ ହସ୍ତଶିଳ୍ପକୁ ଆଗକୁ ନେବା ପାଇଁ ମହିଳାଙ୍କୁ ତାଲିମ ଓ ବଜାର ବ୍ୟବସ୍ଥା ହୋଇଛି । ଧାନରେ ପ୍ରସ୍ତୁତ ରାଖୀ ୫୦ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଯାହାକୁ କିଣିବା ପାଇଁ ଗ୍ରାହକ ମାନେ ଷ୍ଟଲରେ ଭିଡ଼ ଲଗାଉଛନ୍ତି ।

ସେହିପରି ବାଲେଶ୍ବର ବସ୍ତା ବ୍ଲକ ଜାମସୁଳି ଗାଁର ଭକ୍ତ ବତ୍ସଳ ଦଳାଇ ପ୍ରସ୍ତୁତ କରୁଛନ୍ତି ନିଆରା ରାକ୍ଷୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ଧାନ, ଚାଉଳ, ଗହମ ଓ ମୁଗରୁ ସୁନ୍ଦର ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଅଳେଇଚ, ଲବଙ୍ଗ, କଉଡ଼ି, ଶାମୁକା ଓ ମୟୁର ରାକ୍ଷୀ କିଣିବାକୁ ତାଙ୍କୁ ଅର୍ଡର ମିଳୁଛି । ୫ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ୟ୍ୟନ୍ତ ରାକ୍ଷୀ ଦାମ ରହିଛି । ତାଙ୍କ ହାତ ତିଆରି ରାକ୍ଷୀ ବସ୍ତା, ବାଲିଆପାଳ, ଲଙ୍ଗଳେଶ୍ୱର, ଗାନ୍ଧୀଛକ, ଅମର୍ଦାରୋଡ଼, ରୁପସା ପ୍ରଭୃତି ଅଞ୍ଚଳର ବ୍ୟବସାୟୀ ମାନେ ନେଇ ବ୍ୟାବସାୟ କରିଥାନ୍ତି ।

ବଜାରରେ ମିଳୁଥିବା ପ୍ଲାଷ୍ଟିକ, ଜରି ଓ ଡିଜିଟାଲ ରାକ୍ଷୀ ଅପେକ୍ଷା ଖାଦ୍ୟ ଶସ୍ୟରେ ତିଆରି ହେଉଥିବା ଇକୋ ଫ୍ରେଣ୍ଡଲି ରାକ୍ଷୀ ଷ୍ଟଲରେ ଗ୍ରାହକ ଭିଡ଼ ଜମୁଛି ।