ଓରମାସ୍ ପକ୍ଷରୁ ମିଳୁଛି ଇକୋ-ଫ୍ରେଣ୍ଡଲି ରାକ୍ଷୀ: ବେତ, ବାଉଁଶ, ବିରି, ମୁଗ, ଧାନ ଓ ଚାଉଳରେ ପ୍ରସ୍ତୁତ ହେଉଛି ରାକ୍ଷୀ

174

କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ରାକ୍ଷୀ ପୂଣ୍ଣିମା । ଏବେ ଠାରୁ ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଦିନକୁ ଦିନ ନୂଆ ନୂଆ ଭେରାଇଟିର ରାକ୍ଷୀ ବଜାରକୁ ଆସୁଥିବା ବେଳେ କଟକ ରେଳ ଷ୍ଟେସନରେ ଓରମାସ ପକ୍ଷରୁ ଇକୋ ଫ୍ରେଣ୍ଡଲି ରାଖୀ ବିକ୍ରି କରାଯାଉଛି । ସେହିପରି ଖୋର୍ଦ୍ଧା ଜଟଣୀର ରାଖୀ ବଜାର ମଧ୍ୟ ସରଗରମ ରହିଛି । ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ପାଇର୍ ଆଶା ରଖିଛନ୍ତି ବ୍ୟବସାୟୀ ..

ଆଉ ମାତ୍ର ଦିନ କେଇଟା ପରେ ରାଖୀ ପୂର୍ଣ୍ଣିମା । ଏଥିପାଇଁ ରାଖୀ ବଜାର ସରଗରମ ରହିଛି । ତେବେ କଟକ ରେଳ ଷ୍ଟେସନରେ ଓରମାସ ପକ୍ଷରୁ ବିକ୍ରି ହେଉଛି ଇକୋ ଫ୍ରେଣ୍ଡଲି ରାଖୀ । ବାଉଁସ ଏବଂ ବେତରୁ ତିଆରି ସ୍ୱତନ୍ତ୍ର ହାତ ତିଆରି ରାଖୀ ଗ୍ରାହକଙ୍କୁ ଖୁବ୍ ଆକୃଷ୍ଟ କରୁଛି । ସେହିପରି ବିରି, ମୁଗ, ଧାନ, ଚାଉଳ ଭଳି ଖାଦ୍ୟ ଶସ୍ୟ ବ୍ୟବହାର କରି ପ୍ରସ୍ତୁତ ହୋଇଛି ରାଖୀ । ପିଲାମାନଙ୍କ ପାଇଁ ଟେଡ଼ି ଓ ମୟୂର ପୁଛରେ ରାଖୀ ପ୍ରସ୍ତୁତ କରାଯାଇଛି । କଟକ ରେଳ ଷ୍ଟେସନକୁ ଏକ ପ୍ରମୋସନାଲ ହବ୍ କରିବା ଲକ୍ଷ୍ୟରେ ଓରମାସ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ସ୍ଥାନୀୟ ଉତ୍ପାଦକୁ ଉଚିତ୍ ଦାମ୍ ସହ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଛି ।

ବାଉଁଶ ଓ ବେତ ରାଖୀର ଦମ୍ ୩୦ ଟଙ୍କା ହୋଇଥିବା ବେଳେ ଧାନ ଓ ମୟୁର ରାଖୀର ଦାମ୍ ମଧ୍ୟ ୩୦ ଟଙ୍କା ରହିଛି । ଟେଡ଼ି ଓ ମାଳି ରାଖୀର ଦାମ୍ ୨୦ରୁ ୨୫ ଟଙ୍କା ରହିଛି । ପ୍ରାକୃତିକ ପଦାର୍ଥରେ ରାଖୀ ତିଆରି ହୋଇଥିବାରୁ ଏହାର ବ୍ୟବହାର ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ କମ୍ ପ୍ରଦୁଷଣ ହେବ ବୋଲି କହିଛନ୍ତି ଓରମାସ୍ ଅଧିକାରୀ ।

ସେପଟେ ରାଖୀ ପୂର୍ଣ୍ଣମିକୁ ନେଇ ଚଳଚଂଚଳ ହୋଇଛି ଖୋର୍ଦ୍ଧର ଜଟଣୀ ସହର । ଭଳିକି ଭଳି ରେଶମୀ ସୁତାର ରାଖୀରେ ଝଲସୁଛି ରାଖୀ ବଜାର । ଚଳିତ ବର୍ଷ ବଜାରକୁ ଷ୍ଟୋନ ରାଖୀ, ଜଗନ୍ନାଥ ରାଖୀ, ଟେଡ଼ି ରାଖୀ, ଫ୍ୟାନ୍ସି ରାଖୀ, ମୋ ଭାଇ ରାଖି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଥିବା କହିଛନ୍ତି ବ୍ୟବସାୟୀ । ବିଶେଷକରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼ ଅଂଚଳର ବ୍ୟବସାୟୀ ମାନେ ଜଟଣୀରୁ ରାଖୀ ନେଇ ନିଜ ନିଜ ଅଂଚଳରେ ବ୍ୟବସାୟ କରନ୍ତି ।