ଇସିଏମଓ ଚିକିତ୍ସାକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା : ପ୍ରାଥମିକ ସ୍ତରରେ କଟକରେ ଆରମ୍ଭ ହେବ ଏହି ସୁବିଧା

172

କନକ ବ୍ୟୁରୋ : ଇସିଏମଓ ଚିକିତ୍ସାକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ଇସିଏମଓ ମେସିନର ବ୍ୟବହାର ଆମ ଦେଶରେ ଏତେ ନଥିଲା । ସମଗ୍ର ଦେଶରେ ୨୧ଟି ପଞ୍ଜିକୃତ ଇସିଏମଓ ୟୁନିଟ ଅଛି ବୋଲି କହିଛନ୍ତି ସିବିକେ ମହାନ୍ତି । କିନ୍ତୁ ବର୍ତମାନ କୋଭିଡ଼ ଯୋଗୁଁ ଏହି ମେସିନର ଆବଶ୍ୟକତା ବଢିଯାଇଛି । ତେଣୁ ଆମେ ମଧ୍ୟ ୬ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରୁଛୁ । ଯାହା କଟକ ଏସସିବିରେ ରହିବ ।

ଇସିଏମଓ ୟୁନିଟ ଚଳାଇବା ପାଇଁ ମାନବ ସମ୍ବଳର ଅଭାବ ଅଛି । ତେଣୁ ଧିରେ ଧିରେ ଆମେ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏହି ୟୁନିଟ ସ୍ଥାପନ କରିବାକୁ ବ୍ୟବସ୍ଥା କରିବୁ । ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ଏପର୍ଯ୍ୟନ୍ତ କୋୖଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୭ଟି ଔଷଧକୁ ପରୀକ୍ଷାମୂଳକ ଭାବେ ଜରୁରୀକାଳୀନ ବ୍ୟବହାର କରାଯାଇଛି । ଏକ କମିଟି ଏହି ସବୁ ଔଷଧର ବ୍ୟବହାର ଓ ଫଳାଫଳ ଉପରେ ନିରନ୍ତର ତର୍ଜମା କରୁଛନ୍ତି । ତେଣୁ ଏହି ଟାସ୍କଫୋର୍ସ ଯାହା ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ସେହି ଅନୁସାରେ ଆମେ ମଧ୍ୟ ଔଷଧ ବ୍ୟବହାର କରିବୁ ବୋଲି କହିଛନ୍ତି ଡ଼ିଏମଇଟି ।