କନକ ବ୍ୟୁରୋ: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା । ସମ୍ବାଦ ସରବରାହ ସଂସ୍ଥା ଏଏନଆଇର ସୁତ୍ରରୁ ସୂଚନା, ପଦବୀର ଦୁରୁପଯୋଗ ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଥିଲା ବିଜେପି । ଏହା ପରେ ତାଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଲୋକଙ୍କ ସହ ଯୋଡି ହୋଇନଥିବା ବିଭାଗରେ ତାଙ୍କୁ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବଦଳି ନିର୍ଦ୍ଦେଶ ସୂଚନା: ବିଜେପିର ଅଭିଯୋଗ ଆଧାରରେ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ
/kanak/media/post_attachments/wp-content/uploads/2024/05/Sujata-Kartikeyan.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)