କନକ ବ୍ୟୁରୋ: ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଥାଇ ଲଗାଯାଇଥିବା ବିଜ୍ଞାପନ ଗୁଡିକୁ ୭୨ ଘଂଟା ଭିତରେ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ହୃଦବୋଧ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ କମିଶନଙ୍କୁ ଭେଟି ଅଭିଯୋଗ କରିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।
ପୂର୍ବରୁ ସରକାରୀ ଯୋଜନାର ବିଜ୍ଞାପନରେ କେବଳ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ଫଟୋ ରହିପାରିବ ବୋଲି କୁହାଯାଇଥିଲା । ହେଲେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ଏହିଭଳି ସାନି ନିର୍ଦ୍ଦେଶମାନା ଜାରି କରିଛନ୍ତି । ନିକଟରେ କୋଭିଡ ଟିକା ନେବା ପରେ ଦିଆଯାଉଥିବା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଥିବା ଅଭିଯୋଗ ହୋଇଥିଲା । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ତୃଣମୂଳ କଂଗ୍ରେସ ।
ଫେବ୍ରୁଆରୀ ୨୬ରେ ନିର୍ବାଚନ ଆୟୋଗ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଏହାପରେ ତୁରନ୍ତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ପଶ୍ଚିମବଂଗରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ ୨୭ରେ ପଶ୍ଚିମବଂଗରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ମେ ୨ ରେ ହେବ ଭୋଟ ଗଣତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/vlcsnap-2021-03-04-22h21m01s728.png)