ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ୩ ନିର୍ଦ୍ଦେଶ ଦେଲେ ଇସିଆଇ: ଆଇପିଏସ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ

2,722

କନକ ବ୍ୟୁରୋ: ଓଡିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଇସିଆଇଙ୍କ ୩ ନିର୍ଦ୍ଦେଶ । ଆଇପିଏସ ଡିଏସ କୁଟ୍ଟେଙ୍କୁ ନିଲମ୍ବନ ନିର୍ଦ୍ଦେଶ । ପ୍ରଶାନ୍ତ ଜଗଦ୍ଦେବ ମାମଲାରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ । ସେହିପରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ ।

ଇସିଆଇ ସସପେଣ୍ଡ ନିର୍ଦ୍ଦେଶ ଦେଇଥିବା ଡିଏସ କୁଟ୍ଟେ ସିଏମଓରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ନିର୍ବାଚନରେ ଅନୈତିକ ହସ୍ତକ୍ଷେପ ପାଇଁ ସସପେଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ସସପେଣ୍ଡ ପରେ ଡିଏସେ କୁଟ୍ଟେ ନୂଆଦିଲ୍ଲୀ ଆବାସିକା କମିଶନରଙ୍କ ଅଫିସରେ କାର୍ଯ୍ୟ କରିବେ । କାଲି ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ।

ସେହିପରି ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯାଞ୍ଚ ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ ଇସିଆଇ । ମେ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ।