ପୁରୁଣା ସ୍ମାର୍ଟଫୋନକୁ କରିପାରିବେ ସିକ୍ୟୁରିଟି କ୍ୟାମେରା ! ଜାଣନ୍ତୁ ଏହାର ପ୍ରକ୍ରିୟା

51

ଟେକ୍ନୋଲୋଜି ଏବେ ଦିନକୁ ଦିନ ବଦଳିବାରେ ଲାଗିଛି । ବୈଜ୍ଞାନିକମାନେ ନୂଆ ନୂଆ ଫିଚର ଓ ପ୍ରୋସେସର ଜିନିଷ ବାହାର କରୁଛନ୍ତି । ଯାହାକି ବ୍ୟବହାର କରିବାକୁ ମନରେ ଆଗ୍ରହ ହେଉଛି । ଆପଣ ନିଜର ସ୍ମାର୍ଟଫୋନର ବ୍ୟବହାର କେବଳ କଲିଂ ପାଇଁ ନୁହେଁ କ୍ୟାମେରା , ସ୍କାନିଂ ଭଳି ଅନେକ କାମ ମଧ୍ୟ କରିପାରିବେ । ଖାଲି ଏତିକି ନୁହେଁ ଯଦି ଆପଣଙ୍କ ପାଖରେ ପୁରୁଣା ଡିଭାଇସ୍ ଅଛି , ଆପଣ ଚାହିଁଲେ ଏହାର ବ୍ୟବହାର ନିଜର ଘରର ସୁରକ୍ଷା ପାଇଁ ବ୍ୟବହାର କରିପାରିବେ । ଆପଣ ଚାହିଁଲେ ନିଜର ସ୍ମାର୍ଟଫୋନ ଜରିଆରେ ଦୁନିଆର ଯେକୌଣସି କୋଣରୁ ନିଜର ଘର ବା ଅଫିସକୁ ଜଗିପାରିବେ ।

ଆପଣଙ୍କୁ ଦୁଇଟି ଆପ୍ ବିଷୟରେ କହୁଛୁ ଯାହାର ବ୍ୟବହାର ଦ୍ୱାରା ଆପଣ ନିଜର ପୁରୁଣା ସ୍ମାର୍ଟଫୋନକୁ ସିକ୍ୟୁରିଟି କ୍ୟାମେରା ପରି ବ୍ୟବହାର କରିପାରିବେ । ଏହାପୂର୍ବରୁ ପ୍ରଥମେ ପାଖରେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ଥିବା ଜରୁରୀ ଅଟେ । ଏବେ ନିଜର ଫୋନ୍ ରେ ଆପଣ ଗୁଗଲ ପ୍ଲେ ଷ୍ଟୋରରେ ଥିବା ଆଇପି ୱେବକ୍ୟାମ୍ , ହୋମ୍ ସିକ୍ୟୁରିଟି-ଆଲଫ୍ରେଡ୍ ଆପ୍ କୁ ଡାଉନଲୋଡ୍ କରିବାକୁ ପଡିବ । ଏହା ଆପଣଙ୍କ ଫୋନର କ୍ୟାମେରାକୁ ଆହୁରି ଶକ୍ତିଶାଳୀ କରିଦେବ । ଏହା ଏକ ଫ୍ରି ଆପ୍ ଅଟେ ।

ଆଇପି ୱେବକ୍ୟାମ୍ କେମିତି କରେ କାମ ?
୧ – ଆଇପି ୱେବକ୍ୟାମ୍ ଆପ୍ କୁ ନିଜର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ପ୍ରଥମେ ଡାଉନଲୋଡ କରନ୍ତୁ । ଏହାପରେ ଆପ୍ କୁ ଓପନ କରିବା ପୂର୍ବରୁ ସେଟିଂକୁ ଯାଇ ଆପ୍ ଭିତରକୁ ଯାଆନ୍ତୁ । ଏହାପରେ ଆପଣଙ୍କ ଫୋନରେ ଥିବା ଯେତେ କ୍ୟାମେରା ଆପ୍ , ସେଗୁଡିକୁ ଫୋର୍ସ ଷ୍ଟପ୍ କରିଦିଅନ୍ତୁ । ଏହାପରେ ଆଇପି ୱେବକ୍ୟାମ୍ ଆପ୍ କୁ ଓପନ୍ କରନ୍ତୁ ।

୨ – ଏବେ ପ୍ଲଗ୍-ଇନ୍ ର ଅପସନ୍ କୁ ସିଲେକ୍ଟ କରି ଏହାକୁ ଟ୍ୟାପ୍ କରନ୍ତୁ । ଏଥିରେ ଦିଆଯାଇଥିବା ସବୁ ଫିଚର୍ସକୁ ଇନଷ୍ଟାଲ୍ କରିଦିଅନ୍ତୁ । ଫିଚର୍ସ କୁ ଇନଷ୍ଟାଲ୍ କରିବା ପରେ ଅନ୍ କରିଦିଅନ୍ତୁ । ଯଦି ଏଥିରେ କୌଣସି ଫିଚରକୁ ଅନ୍ କରୁନାହାଁନ୍ତି ତ ସେ ଫିଚର କାମ କରିବ ନାହିଁ ।

୩ – ଏବେ ଆପ୍ ରେ ବ୍ୟାକ୍ କୁ ସବୁଠୁ ତଳେ ଦିଆଯାଇଥିିବା ଷ୍ଟାର୍ଟ ସର୍ଭର ଅପସନକୁ ଟ୍ୟାପ୍ କରନ୍ତୁ । ଏଥିରେ ଆସୁଥିବା ୱିଣ୍ଡୋକୁ ୟେସ୍ କରନ୍ତୁ ।

୪ – ୱିଣ୍ଡୋରେ ୱେବକ୍ୟାମର ଆଇପି ଆଡ୍ରେସ୍ ଆସିବ । ଏହାକୁ କପି କରି ଫୋନ୍ ବା ପିସିରେ ରଖନ୍ତୁ ,ଯେଉଁଥିରେ ଲାଇଭ୍ ଭିଡିଓ ଦେଖିବାକୁ ଚାହୁଁଛ ।

୫ – ଏହି ବ୍ରାଉଜରରେ ଆଇପି ଆଡ୍ରେସ୍ ଦେଇ ଏଣ୍ଟର କରନ୍ତୁ । ଏହାପରେ ଏକ ଭିଡିଓ ଓପନ ହେବ । ଏଠାରେ ବ୍ରାଉଜରରେ ଟ୍ୟାପ୍ କରନ୍ତୁ ଏବଂ ଆପଣଙ୍କୁ ଲାଇଭ୍ ଭିଡିଓ ଦେଖାଯିବ ।

ହୋମ୍ ସିକ୍ୟୁରିଟି -ଆଲଫ୍ରେଡ୍ –
୧ – ଏଥିପାଇଁ ସବୁଠୁ ପ୍ରଥମେ ନିଜର ପୁରୁଣା ଫୋନ୍ ରେ ଗୁଗଲ ପ୍ଲେ ଷ୍ଟୋର ବା ଆପ୍ ଷ୍ଟୋରରୁ ହୋମ୍ ସିକ୍ୟୁରିଟି-ଆଲଫ୍ରେଡ୍ ଆପ୍ ଡାଉନଲୋଡ କରନ୍ତୁ । ଏବେ ଆପଣ ଯେଉଁ ଫୋନ ବା ଟ୍ୟାବଲେଟରୁ ମନିଟର କରିବାକୁ ଚାହୁଁଛନ୍ତି , ସେଥିରେ ବି ଏହି ଆପ୍ କୁ ଇନଷ୍ଟାଲ୍ କରିଦିଅନ୍ତୁ ।

୨ – ଆପ୍ କୁ ଓପନ କରିବା ପରେ ଆପଣଙ୍କୁ ସାଇନ୍-ଅପ୍ ବା ଲଗ୍-ଇନ୍ ପାଇଁ କୁହାଯିବ ।

୩ – ଦୁଇଟି ଫୋନ୍ ଯେଉଁଥିରେ ଏହି ଆପ୍ କୁ ଇନଷ୍ଟାଲ୍ କରାଯାଇଛି ସେଥିରୁ ଗୋଟିଏରେ ଇମେଲ୍ ଆଡ୍ରେସ୍ ଦ୍ୱାରା ଲଗ୍-ଇନ୍ କରିନିଅନ୍ତୁ ।

୪ – ଏହାପରେ ଏହା ସ୍ଥିର କରିନିଅନ୍ତୁ ଯେ କୌଣସି ଫୋନକୁ ସିକ୍ୟୁରିଟି କ୍ୟାମେରା କରିବେ ଆଉ କାହାକୁ ରିସିଭର ।

୫- ସେଟଅପ୍ କରିସାରିବା ପରେ ଆପଣଙ୍କୁ ଛବି ଦେଖିବା ଆରମ୍ଭ ହେବ ।

୬ – ଏଥିପାଇଁ ଫୋନରେ ୱାଇ-ଫାଇ ବା ଇଂଟରନେଟ କନେକ୍ସନ ଥିବା ନିହାତି ଜରୁରୀ ।

୭ – ଘରେ ଫୋନକୁ ଏମିତି ସ୍ଥାନରେ ଲଗାନ୍ତି ଯେଉଁଠି ଏହାକୁ ସହଜରେ ଚାର୍ଜ କରିପାରିବେ । ନୁହେଁତ ଫୋନର ବ୍ୟାଟେରୀ ଡାଉନ ହୋଇଗଲେ ଆପଣ ମନିଟରିଂ କରିପାରିବେ ନାହିଁ ।

( ସୌଜନ୍ୟ-ଦୈନିକ ଜାଗରଣ )