ଯେକୌଣସି ମୁହୁର୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଶେଷ, ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ନେଇ ଗଣମାଧ୍ୟମରେ ଚର୍ଚ୍ଚା

360

କନକ ବ୍ୟୁରୋ : ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି ନିର୍ବାଚନ କମିଶନ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ଓ ମେ ମାସରେ ୭ରୁ ୮ଟି ପର୍ଯ୍ୟାୟରେ ହେବାକୁ ଥିବା ହାଇଭୋଲଟେଜ ଲୋକସଭା ନିର୍ବାଚନ କେଉଁ ତାରିଖରେ ହେବ ସେନେଇ ଘୋଷଣା କରିବେ ନିର୍ବାଚନ କମିଶନ । ତେବେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିିଶା , ସିକିମ, ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏକା ସଙ୍ଗରେ ଏସବୁ ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନ ତାରିଖ ଅତିଶୀଘ୍ର ଘୋଷଣା କରିବେ ନିର୍ବାଚନ କମିଶନ । ୧୭ତମ ଲୋକସଭା ନିର୍ବାଚନ ତାରିଖ ସ୍ଥିର କରିବା ପାଇଁ ପୋଲ ପାନେଲଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ସପ୍ତାହ ଶେଷରେ କିମ୍ବା ଆଗାମୀ ସପ୍ତାହରେ ଘୋଷଣା ହେବ ତାରିଖ । ଜୁନ ୫ତାରିଖରେ ଚଳିତ ଲୋକସଭାର ସମୟ ସୀମା ଶେଷ ହେଉଥିବାରୁ ଏବେ ଅପେକ୍ଷା ରହିଛି କେବେ ହେବ ଲୋକସଭା ନିର୍ବାଚନ ।

ନିର୍ବାଚନ କମିଶନଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ କେଉଁ ଦିନ ବି ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଆସନ୍ତା ମଙ୍ଗଳବାର ସୁଦ୍ଧା ଏହି ତାରିଖ ଘୋଷଣା ହେବାର ସୂଚନା ମିଳିଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନୋଟିସ ଜାରି ହୋଇପାରେ । ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ହୋଇପାରେ ଲୋକସଭା ନିର୍ବାଚନ ।

ତେବେ ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ, ଓଡିିଶା , ସିକିମ, ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏକା ସଙ୍ଗରେ ଏସବୁ ରାଜ୍ୟରେ ନିର୍ବାଚନ କରିବା ପାଇଁ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ ।