ନମୋ ଟିଭି ଲଂଚ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଲେ ନିର୍ବାଚନ କମିଶନ : ନୋଟିସର ଜବାବରେ ଆଇବି କହିଲା, “ଏହା କୌଣସି ଚ୍ୟାନେଲ ନୁହେଁ ବିଜ୍ଞାପନ ପ୍ଲାଟଫର୍ମ ।”

121

ନିର୍ବାଚନ ବେଳେ ‘ନମୋ ଟିଭି’ ଲଂଚ ନେଇ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ । ମାର୍ଚ୍ଚ ୩୧ ତାରିଖରେ ‘ନମୋ ଟିଭି’ ଲଂଚ ହୋଇଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଛନ୍ତି ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ନମୋ ଟିଭିରେ ପ୍ରଧାନମନ୍ତ୍ରୀ ଓ ବିଜେପି ପାଇଁ ଯୋରସୋରରେ ପ୍ରଚାର କରାଯାଉଛି ।

ଇସିଙ୍କ ନୋଟିସ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଜବାବ ଦେଇଛି । ଆଇବି କହିଛି, “ଏହା କୌଣସି ଚ୍ୟାନେଲ ନୁହେଁ ବିଜ୍ଞାପନ ପ୍ଲାଟଫର୍ମ । କେବଳ ଟିଭି ଚ୍ୟାନେଲକୁ ଲାଇସେନ୍ସ ଦେଇଥାଉ ।” ନମୋ ଟିଭିରେ ମୋଦିଙ୍କ ରାଲି ବ୍ୟତୀତ ତାଙ୍କ ଭାଷଣ ମଧ୍ୟ ପ୍ରସାରଣ କରାଯାଏ । କଂଗ୍ରେସ ଓ ଆପ୍ ଏହି ଟିଭିକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ପଚାରିଥିଲେ କି ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏଭଳି ଟିଭି ଚ୍ୟାନେଲ କାହିଁକି ଲଂଚ କରାଯାଇଛି ।

ଏହା ବ୍ୟତୀତ ଦୂରଦର୍ଶନକୁ ଭାରତୀୟ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛି । ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମକୁ ନେଇ ନୋଟିସ୍ ଜାରି କରିଛି । ମାର୍ଚ୍ଚ ୩୧ରେ ଦେଢ଼ ଘଂଟା ଧରି କାର୍ଯ୍ୟକ୍ରମକୁ ପ୍ରସାରଣ କରିଥିଲା ଦୂରଦର୍ଶନ ।