ପ୍ରଧାନମନ୍ତ୍ରୀଙ୍କୁ ପନୌତି କହି ଫସିଲେ ରାହୁଲ ଗାନ୍ଧୀ । କାରଣ ଦର୍ଶାଅ ନୋଟିସ ଜାରି କରି ୨୫ ତରିଖ ସୁଦ୍ଧା ଜବାବ ରଖିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

124

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି ଏବଂ ପକେଟମାର କହି କଟାକ୍ଷ କରିବା ରାହୁଲ ଗାନ୍ଧୀଙ୍କୁ ମହଂଗା ପଡିଛି । ବିଜେପିର ଅଭିଯୋଗ ପରେ ନିର୍ବାଚନ କମିଶନ ଏବେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ କରିଛନ୍ତି । ୨୫ ତାରିଖରେ ନୋଟିସର ଜବାବ ରଖିବାକୁ କୁହାଯାଇଛି । ନିକଟରେ ରାଜସ୍ଥାନର ଏକ ରାଲିରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭା କରୁଥିଲେ । ଏହି ସମୟରେ ସେ କ୍ରିକେଟ ବିଶ୍ୱକପରେ ଭାରତ ହାରିବା ପଛର କାରଣ କହିଥିଲେ । ମ୍ୟାଚ ହାରିବା ପଛରେ ପନୌତି ବୋଲି କହିଥିଲେ । ଏପରି କହି ସେ ପରୋକ୍ଷରେ ମୋଦୀଙ୍କୁ ଅଶୁଭ ବ୍ୟକ୍ତି ବୋଲି କହିଥିଲେ । ଭାରତୀୟ ଖେଳାଳି ମ୍ୟାଚ ଜିତି ଆସୁଥିବା ବେଳେ ପନୌତି ଷ୍ଟାଡିୟମରେ ପହଂଚିବାରୁ ଭାରତ ମ୍ୟାଚ ହାରିଗଲା ବୋଲି ରାହୁଲ କଟାକ୍ଷ କରି କହିଥିଲେ । ଯାହାକୁ ନେଇ ବିଜେପି ଆପତି ଉଠାଇବା ସହ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ।