ମହଙ୍ଗା ପଡିଲା ଯୋଗୀଙ୍କ ‘ମୋଦି ସେନା’ ଉପାଖ୍ୟାନ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ପାଖରେ ଜବାବ ଦାଖଲ କରିବା ପାଇଁ ଦିଆଗଲା ନିର୍ଦ୍ଦେଶ

Advertisment
ଆଜି ଓଡିଶାରେ ରୋଡ ସୋ’ କରିବେ ବିଜେପି ନେତା ମନୋଜ ତିୱାରି । ସେପଟେ ଆସନ୍ତାକାଲି ନିର୍ବାଚନ ପ୍ରଚାର ପାଇଁ ଆସିବେ ଯୋଗୀ

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ସାରା ଦେଶରେ ରାଜନୈତିକ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଭୋଟ ପାଖେଇ ଆସୁଥିବା ସମୟରେ ନେତା ମାନଙ୍କ ବୟାନକୁ ନେଇ ମଧ୍ୟ ଏବେ ଜୋରସୋରରେ ଚାଲିଛି । ତେବେ ମିଳିଥିବା ସୂଚନା ଅନୁସାରେ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ରାଲିରେ ଆଦିତ୍ୟ ଯବାନଙ୍କୁ ମୋଦିଙ୍କ ସେନା ବୋଲି କହିଥିଲେ । ତେବେ ଏହାକୁ ନେଇ ବିରୋଧୀ ସମାଲୋଚନା କରିବା ସହ ଜଣେ ମୁଖ୍ୟମନ୍ତ୍ରୀ ଏପରି କହିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ ଯୋଗୀଙ୍କ ନାଁରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିବା ମଧ୍ୟ ଜଣାପଡିଛି । ଏହାପରେ ତାଙ୍କ ନିକଟକୁ ନୋଟିସ ମଧ୍ୟ ପଠାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୫ ଅପରାହ୍ନ ସୁଦ୍ଧା ଏହାର ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

publive-imageତେବେ ଯୋଗୀ ନିର୍ବାଚନ ରାଲିରେ କଂଗ୍ରେସକୁ ସମାଲୋଚନା କରିବା ପାଇଁ ଯାଇ କହିଥିଲେ ଯେ, କଂଗ୍ରେସ ନେତା ଆତଙ୍କବାଦୀଙ୍କୁ ବିରିୟାନି ଖୁଆଉଥିବା ସମୟରେ ମୋଦି ସେନା ବନ ଖୁଆଉଛନ୍ତି ବୋଲି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ ଯେ, ମାସୁଦ ଭଳି ଆତଙ୍କବାଦୀଙ୍କୁ କଂଗ୍ରେସ ନେତା ଜୀ ଶଦ୍ଦ ବ୍ୟବହାର କରୁଛି । ତେଣୁ ସାରା ଦେଶର ଲୋକମାନେ ଜାଣିଛନ୍ତି କଂଗ୍ରେସ କିପରି ଭାବରେ କାମ କରୁଛି । ତେବେ ଏପରି ବୟାନ ପରେ ଯୋଗୀଙ୍କ ଅଡୁଆ ବଢିଛି । ନିର୍ବାଚନ କମିଶନ ତାଙ୍କୁ ନୋଟିସ ପଠାଇବା ସହ ତାହାର ଉତ୍ତର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe