କନକ ବ୍ୟୁରୋ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ଦିନ ଚିରାଗ ପାସୱାନ ଓ ପଶୁପତି ପାରସଙ୍କ ନେତୃତ୍ୱରେ ଚାଲିଥିବା ଲୋକ ଜନଶକ୍ତି ପାର୍ଟିର ନିର୍ବଚନୀ ଚିହ୍ନ ଫ୍ରିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଚିରାଗ ପାସୱାନ ଓ ପଶୁପତି ପାରସଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ଏବେ ନିର୍ବାଚନ ଆୟୋଗ ଏନେଇ ୩ ଟି ବିକଳ୍ପ ଉପରେ ବିଚାର କରୁଛି । ଶେଷ ନିଷ୍ପତ୍ତି ହେବା ଯାଏଁ ପାର୍ଟିର ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଆଦେଶ ସହ ଫ୍ରିଜ କରାଯିବ, ଦ୍ୱିତୀୟରେ ଦଳର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ କାରଣରୁ ଉପ ନିର୍ବାଚନରେ ଉଭୟ ଗୋଷ୍ଠୀ ଅଲଗା ଅଲଗା ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢିବାକୁ ଅନୁମତି ଦିଆଯିିବ, ତୃତୀୟରେ ପଶୁପତି ପାରସଙ୍କୁ ଲୋକଜନଶକ୍ତି ପାର୍ଟିର ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢିବାର ସୁଯୋଗ ଦିଆଯିବ ।
ଅନ୍ୟପଟେ ବୁଧବାର ଶୁକ୍ରବାର ଦିନ ଚିରାଗ ପାସୱାନ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଏଲଜେପିର ମାଠିଆ ଚିହ୍ନରେ ନିର୍ବାଚନ ଲଢିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ସେପଟେ ଏବେ ଏଲଜେପି ପାର୍ଟିର ନେତୃତ୍ୱ ନେଉଛନ୍ତି ପଶୁପତି ପାରସ ।
ECI says "neither of the two groups of Paswan or Chirag will be permitted to use the symbol LJP"; asks both groups to chose, as an interim measure, the names of their groups & the "symbols which may be allotted to the candidates set up, if any, by the respective groups"
— ANI (@ANI) October 2, 2021
କହିରଖୁ କି ଲୋକ ଜନଶକ୍ତି ପାର୍ଟିରେ ଏହି ସଂକଟ ଜୁନ ମାସରୁ ଆରମ୍ଭ ହୋଇଛି । ଏବେ ୫ ଜଣ ସାଂସଦ ଚିରାଗ ପାସୱାନଙ୍କୁ ଛାଡି ପଶୁପତି ଗୋଷ୍ଠୀକୁ ଚାଲିଯାଇଛନ୍ତି । ଏହାପରେ ପାରସ ପାଟନା ଠାରେ ନିଜେ ନିଜକୁ ପାର୍ଟିର ଅଧ୍ୟକ୍ଷ ବୋଲି ଘୋଷଣା କରିଥିଲେ ।