କନକ ବ୍ୟୁରୋ : କିଛିଦିନ ଧରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଆଜି ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିକୁ ନେଇ ରାଜ୍ୟପାଳଙ୍କ ତରଫରୁ ଶେଷ ନିଷ୍ପତ୍ତି ଜାରି କରାଯିବ । ଏହାପରେ ସ୍ପଷ୍ଟ ହେବ କି ଏବେ ହେମନ୍ତ ସୋରେନଙ୍କ ସଭ୍ୟପଦ ରଦ୍ଦ ହେବା ପରେ ସେ ଆଗକୁ ନିର୍ବାଚନ ଲଢି ପାରିବେ କି ନାହିଁ ।

Advertisment

କହିରଖୁ କି କ୍ଷମତାରେ ଥିବା ବେଳେ ସୋରେନ କିଛି ଖଣିର ପଟ୍ଟା ନିଜ ନାମରେ କରାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିରୋଧୀଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଅଫିସ ଅଫ୍ ପ୍ରଫିଟ ଆଧାରରେ ମାମଲା ରୁଜୁ କରିଥିଲେ ।

ସେପଟେ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈସ ଏବେ ଦିଲ୍ଲୀରେ ଅଛନ୍ତି । ସେ ମଧ୍ୟାହ୍ନ ୧୨ ଟାରେ ଦିଲ୍ଲୀରୁ ବାହାରି ଦିନ ୨ ଟାରେ ରାଞ୍ଚିରେ ପହଂଚିବେ । ଏହାପରେ ଦିନ ୩ ଟା ବେଳେ ସେ ନିର୍ବାଚନ ଆୟୋଗଙ୍କ ଚିଠି ସାର୍ବଜନୀନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।