କନକ ବ୍ୟୁରୋ: ନିର୍ବାଚନ ଆୟୋଗ ଭୋଟିଂ ପ୍ରକ୍ରିୟା ନେଇ ବଡଧରଣର ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ଅନୁସାରେ ବର୍ତ୍ତମାନ ଦେଶର କୌଣସି ସ୍ଥାନରୁ ମଧ୍ୟ ଆପଣ ନିଜର ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଦେଇପାରିବେ । ଅର୍ଥାତ ଆପଣଙ୍କୁ ଆଉ ଭୋଟ ଦେବା ପାଇଁ ନିଜ ଘରକୁ ଯିବା ଜରୁରୀ ନୁହେଁ । ନୂଆ ଟେକନୋଲୋଜିରେ ଆପଣ କୌଣସିବି ସ୍ଥାନରୁ ଭୋଟ ଦେଇପାରିବେ ।

Advertisment

ରିମୋଟ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ପ୍ରଟୋଟାଇଫ ରିମୋଟଇଲେକଟ୍ରୋନିକ୍ସ ଭୋଟିଂ ମେସିନ ପ୍ରସ୍ତୁତ କରିଛନ୍ତି । ଏହି ମେସିନ ପୋଲିଂ ବୁଥରୁ ୭୨ଟି ଅଲଗା ଆଲଗା ସ୍ଥାନରେ ଭୋଟିଂ କରିପାରିବ ।

ନିର୍ବାଚନ ଆୟୋଗ ଏହି ମେସିନର ଟେଷ୍ଟିଂ ପାଇଁ ସମସ୍ତ ରାଜନୈତିକ ଦଳକୁ ଆମନ୍ତ୍ରଣ କରିଛନ୍ତି । ୨୦୨୩ ଜାନୁଆରୀ ୧୬ ତାରିଖରେ ଆୟୋଗ ଆରଭିଏମର କାମ କରିବା ଶୈଳୀ ନେଇ ୮ଟି ରାଷ୍ଟ୍ରୀୟ ଦଳ ଏବଂ ୫୭ଟି ରାଜ୍ୟସ୍ତରୀୟ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଆୟୋଗଙ୍କର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସମସ୍ତଙ୍କୁ ଏହା କେଉଁଭଳି ପରିଚାଳନା ସେହି ବାବଦରେ ଅବଗତ କରାଯିବ ।

ନିର୍ବାଚନ ଆୟୋଗ ଜାନୁଆରୀ ୩୧ ସୁଦ୍ଧା ଭୋଟିଂ ସିଷ୍ଟମକୁ ନେଇ ଦଳର ରାୟ ମାଗିଛନ୍ତି । ଆୟୋଗଙ୍କ ଅନୁସାରେ ସବୁ ରାଜନୈତିକ ଦଳ ନିଜର ମତ ରଖିଛନ୍ତି ଯାହାର ଆଧାରରେ ଭୋଟିଂ ପ୍ରକ୍ରିୟାକୁ ଆଗକୁ ବଢାଯିବ । ଯଦି ଏହି ଆରଭିଏମ ସିଷ୍ଟମକୁ ମଞ୍ଜୁରୀ ମିଳେ ତେବେ ପ୍ରବାସୀ ଲୋକମାନେ ଘରଠାରୁ ଦୂରରେ ରହି ମଧ୍ୟ ବିଭିନ୍ନ ସହର ତଥା ରାଜ୍ୟରେ ନିଜର ଭୋଟ ଦେଇପାରିବେ । ସେମାନଙ୍କୁ ଘରକୁ ଆସି ଭୋଟ ଦେବାକୁ ପଡିବ ନାହିଁ । ବାହାରେ ରହି ମଧ୍ୟ ସେମାନେ ନିଜର ନେତାଙ୍କୁ ନିର୍ବାଚିତ କରାଇପାରିବେ ।

ବିଭିନ୍ନ ସମୟରେ ବିଭିନ୍ନ କାରଣ ପାଇଁ ଲୋକେ ବାହାରେ ରହିଥାନ୍ତି । ନିର୍ବାଚନ ସମୟରେ ସେମାନେ ଘରକୁ ଆସିବା ପାଇଁ ଚାହିଁଥାନ୍ତି, କିନ୍ତୁ ତାହା ସମ୍ଭବ ହୋଇପାରିନଥାଏ । ଏହିଭଳି ସ୍ଥିତିରେ ଅଧିକ ସଂଖ୍ୟାରେ ଭୋଟର ସେମାନଙ୍କ ମତଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ । ତେବେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ଆରଭିଏମ ମେସିନ ବର୍ତ୍ତମାନ ଭୋଟ ଦେବାରେ ଲୋକଙ୍କୁ ସହଯୋଗ କରିବ । ଏହି ମେସିନ ସହାୟତାରେ ୭୨ଟି ଅଲଗା ଅଲଗା ବୁଥରେ ଆପଣ ମତାଧିକାର ସାବ୍ୟସ୍ତ କରିପାରିବେ ।

୨୦୧୯ ସାଧାରଣ ନିର୍ବାଚନ ବେଳେ ଅନେକ ସଂଖ୍ୟାରେ ପ୍ରବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ଥ କରିଥିଲେ । ଆୟୋଗଙ୍କ ସୂଚନା ଅନୁସାରେ ୨୦୧୯ ନିର୍ବାଚନରେ ଦେଶରେ ମାତ୍ର ୬୭.୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ । ପାଖାପାଖି ୩୦ କୋଟି ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିନଥିଲେ । ଏହି ସମସ୍ୟାକୁ ଦୂର କରିବା ପାଉଁ ଆରଭିଏମକୁ ପ୍ରସ୍ତୁତ କରାଯାଇଛି । ଆୟୋଗ ଚାହୁଁଛନ୍ତି ଯେ ଭୋଟଦାନରେ ସୁଧାର ଆସୁ। ନିର୍ବାଚନରେ ଅଧିକରୁ ଅଧିକ ଲୋକ ସାମିଲହୁଅନ୍ତୁ । ଏହା ଛଡା ଦୂରଦୂରାନ୍ତରେ ରହୁଥିବା ଲୋକେ ଆଉ ଅସୁବିଧାର ସାମ୍ନା ନକରନ୍ତୁ ।