ଖାଦ୍ୟରେ ଅଧିକ ପରିମାଣରେ ଲୁଣ ଖାଉଛନ୍ତି କି ? ସାବଧାନ ଅଧିକ ଲୁଣ ଖାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । 

Advertisment
ଖାଦ୍ୟରେ ଅଧିକ ପରିମାଣରେ ଲୁଣ ଖାଉଛନ୍ତି କି ? ସାବଧାନ ଅଧିକ ଲୁଣ ଖାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । 

image courtesy-Maria Marian

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ, ଯଦିଓ ଲୁଣରେ ଥିବା ସୋଡିୟମ୍ ଏବଂ କ୍ଲୋରାଇଡ୍ ଆମ ଶରୀର ପାଇଁ ଉପଯୋଗୀ।publive-imageବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଜଣେ ଲୋକ ପ୍ରତିଦିନ ୯ରୁ ୧୨ ଗ୍ରାମ ଲୁଣ ଖାଇଥାଆନ୍ତି । ଏହି ପରିମାଣ ଆବଶ୍ୟକତା ଠାରୁ ଅଧିକ। ଏମତି ଖାଇବା ଦ୍ୱାରା ହାର୍ଟ ଆଟାକ୍, କିଡନି ଜନିତ ସମସ୍ୟା ହୋଇଥାଏ। କ୍ଲୋରାଇଡ୍ ପାଚନ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକମାନଙ୍କର ନିମ୍ନ ରକ୍ତଚାପ ଅଛି, ସେମାନେ ଠିକ୍ ପରିମାଣରେ ଲୁଣ ଖାଇବା ଆବଶ୍ୟକ। ଲୁଣ ବ୍ଲଡ ପ୍ରେସରକୁ ବଢ଼ାଇ ଥାଏ। ଅଧିକ ଲୁଣ ଖାଇବା ହୃତପିଣ୍ଡ ପାଇଁ ଭଲ ନୁହେଁ। ଯଦିଓ ହାଡକୁ ଶକ୍ତ ରଖିବା ଲାଗି କ୍ୟାଲସିୟମ୍ ଆବଶ୍ୟକ ହୋଇଥାଏ। କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଏହା ଶରୀରରୁ କ୍ୟାଲସିୟମ୍ ବାହାର କରିଦେଇଥାଏ। ଡାକ୍ତରଙ୍କ କହିବାନୁସାରେ ଯେଉଁମାନେ ଅଧିକ ଲୁଣ ଖାଇଥାନ୍ତି, ସେମାନେଙ୍କର ପେଟରେ କ୍ୟାନସର ହେବାର ସମ୍ଭାବନା ରହିଥାଏ। ତେବେ ଦୈନିକ କେତେ ଲୁଣ ଖାଇବା ଆବଶ୍ୟକ ଆସନ୍ତୁ ଜାଣିବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦୈନିକ ୬ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ। ଛୁଆମାନେ ୪ ଗ୍ରାମ୍ ଲୁଣ ଖାଇବା ଉଚିତ୍। ୧ ବର୍ଷରୁ କମ ପିଲାଙ୍କୁ ୧ ଗ୍ରାମରୁ ଅଧିକ ଲୁଣ ଦେବା ଉଚିତ୍ ନୁହେଁ। ଯଦି ଆପଣ ଏହି ମାତ୍ରାଠାରୁ ଅଧିକ ଲୁଣ ଖାଉଛନ୍ତି, ତା’ହେଲେ ଏହାର ପରିମାଣ ଯଥାଶୀଘ୍ର କମାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe