ଦୈନିକ ଅଣ୍ଡା ଖାଉଥିଲେ ହୋଇଯାନ୍ତୁ ସାବଧାନ, ହୋଇପାରେ ଏହି ଗମ୍ଭୀର ରୋଗ

429

କନକ ବ୍ୟୁରୋ : ବିଶେଷ ଭାବେ କୁହାଯାଇଥାଏ କି ଅଣ୍ଡାରେ ପ୍ରଚୁର ପରିମାଣ ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ । ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏକ ଅଧ୍ୟୟନରୁ ଜଣାପଡିଛି କି ଯଦି ଆପଣ ଦୈନିକ ଗୋଟିଏ କିମ୍ବା ତା ଠାରୁ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ ଟାଇପ-୨ ମଧୁମେହ ହେବାର ସମ୍ଭାବନା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ ।

ଏନେଇ ଚୀନର ବିଶେଷଜ୍ଞମାନେ ୮ ହଜାର ଲୋକଙ୍କ ଉପରେ ପରୀକ୍ଷା କରିଛନ୍ତି । ସେଥିରୁ ଜଣାପଡିଛି କି ଅଧିକ ଅଣ୍ଡା ଖାଉଥିବା ଲୋକମାନେ ଶାରୀରିକ ଭାବେ କମ ସକ୍ରିୟ । ସେମାନଙ୍କ ଶରୀରରେ ସେରମ ଓ କୋଲଷ୍ଟରଲର ମାତ୍ରା ଅଧିକ ଦେଖିବାକୁ ମିଳିଛି । ଏହାସହ ସେମାନଙ୍କ ଶରୀରରେ ଅଧିକ ଚର୍ବି ଦେଖିବାକୁ ମଧ୍ୟ ମିଳିଛି ।

ଅଧ୍ୟୟନରୁ ଜଣାପଡିଛି କି, ଅଣ୍ଡାର କେଶରରୁ ମିଳୁଥିବା କୋଲିନ ଶରୀରରେ ମୋଟାପଣ ବୃଦ୍ଧି କରିଥାଏ । ଏହାସହ ଅଣ୍ଡାର ଧଳା ଅଂଶରୁ ମିଳୁଥିବା ରସାୟନ କାର୍ବୋହାଇଡ୍ରେଡର ଅବଶୋଷଣକୁ ରୋକିଥାଏ । ସାରା ବିଶ୍ୱରେ ଅନେକ ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଏବେ ଲୋକମାନେ ଅଣ୍ଡା ଖାଇବା ନକମାଇଲେ ସେମାନଙ୍କ ଶରୀରରେ ବିଭିନ୍ନ ରୋଗ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସେପଟେ ଅନେକ ବିଶେଷଜ୍ଞଙ୍କ ମତରେ ଅଧିକ ଅଣ୍ଡା ଖାଉଥିବା ଲୋକଙ୍କ ଠାରେ ଟାଇପ -୨ ମଧୁମେହ ହେବାର ସମ୍ଭାବନା ଅଧିକ । ଗୋଟିଏ ଅଣ୍ଡାରୁ ପାଖା ପାଖି ୨୦୦ ମିଲିଗ୍ରାମ କୋଲଷ୍ଟରଲ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

ସେପଟେ ଆପଣ ଯଦି ଅଣ୍ଡା ଖାଇବାକୁ ପସନ୍ଦ କରୁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଉପାୟ ରହିଛି । ବିଶେଷଜ୍ଞଙ୍କ ମତରେ ଅଣ୍ଡାକୁ ସିଝାଇ ସେଥିରେ ଲୁଣ, କଳା ମରିଚ ଓ ଧଣିଆ ପତ୍ର ସହ ଓମଲେଟ କରି ଖାଇଲେ ଏଥିରେ ଥିବା କୋଲଷ୍ଟରଲର ମାତ୍ର କମ ହୋଇଥାଏ ।