କନକ ବ୍ୟୁରୋ: ଯଦି ଆପଣ ଦୋଷା ଖାଇବାର ସୌକିନ୍ ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଦୋଷା ଖାଇଲେ ମିଳୁଛି ୭୧୦୦୦ ଟଙ୍କାର ପୁରସ୍କାର । କିନ୍ତୁ ଏଥିପାଇଁ ରହିଛି ମାତ୍ର ଗୋଟିଏ ସର୍ତ୍ତ । ଦୋଷାଟିକୁ ୪୦ ମିନିଟରେ ଖାଇବାକୁ ପଡିବ । ଏବେ ଆପଣ ଭାବୁଥିବେ ସତରେ କ’ଣ ଏହା ସତ?

Advertisment

ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ମୁତାବକ, ଦିଲ୍ଲୀର ଉତ୍ତମନଗରରେ ‘ସ୍ୱାମୀ ଶକ୍ତି ସାଗର’ନାଁରେ ଏକ ରେଷ୍ଟୁରାଣ୍ଟ ଅଛି । ଏଠାରେ ଗ୍ରାହକଙ୍କୁ ଦିଆଯାଉଛି ‘ଦୋଷା ଅଫର’ । ଏହି ଚ୍ୟାଲେଞ୍ଜକୁ ପୁରା କଲେ ଗ୍ରାହକଙ୍କୁ ମିଳୁଛି ୭୧ ,୦୦୦ ଟଙ୍କା । କିନ୍ତୁ ଜାଣିରଖନ୍ତୁ ଏହା କିଛି ସାଧାରଣ ଦୋଷା ନୁହେଁ । ବରଂ ୧୦ ଫୁଟ ଲମ୍ବର ଦୋଷା । ଏଠିକାର ଲୋକଙ୍କ ପାଇଁ ଏବେ ଏହି ଦୋଷାକୁ ନେଇ ବେଶ ଉତ୍ସୁକତା ଲାଗି ରହିଛି । ଗ୍ରାହକଙ୍କ ପାଇଁ ଏହି ଅଜବ ଚ୍ୟାଲେଂଜ କ୍ରିଏଟ୍ କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଏହି ରେସ୍ତୋରାଁରେ ଗ୍ରାହକ ସେତିକିବେଳେ ୭୧୦୦୦ ଟଙ୍କା ପୁରସ୍କାର ମିଳିବ ଯଦି ସେ ମାତ୍ର ୪୦ ମିନିଟରେ ୧୦ ଫୁଟର ଦୋଷାକୁ ସମ୍ପୂର୍ଣ୍ଣ ଭାବେ ଖାଇବେ ।

୧୦ ଫୁଟର ଦୋଷାକୁ ୪୦ ମିଟନରେ ସମ୍ପୂର୍ଣ୍ଣ ଭାବେ ଖାଇଲେ ଗ୍ରାହକଙ୍କୁ ଚେକ୍ ଆକାରରେ ଏହି ଟଙ୍କା ମିଳିବ ବୋଲି ରେଷ୍ଟୁରାଣ୍ଟ ମାଲିକ କହିଛନ୍ତି । ପୂର୍ବରୁ ଏଠାରେ ୫ ଫୁଟ ଓ ୬ ଫୁଟର ଦୋଷା ମିଳୁଥିବାବେଳେ ଏବେ ଏଠାରେ ୧୦ ଫୁଟ ଲମ୍ବର ଦୋଷା ମିଳୁଛି । ଏହି ଦୋଷା ଖାଇବାକୁ ରେଷ୍ଟୁରାଣ୍ଟରେ ଭିଡ ଜମୁଥିବାବେଳେ ଏଯାଏଁ ମାତ୍ର ୨୬ଜଣ ଗ୍ରାହକ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ହେଲେ ଏହାକୁ କେହି ଏଯାଏଁ ଜିତିପାରିନାହାଁନ୍ତି । ଏହି ଦୋଷା ଚ୍ୟାଲେଂଜ ପାଇଁ ବୁ ସ୍ଥାନରୁ ଫୋନ୍ ଆସୁଛି । ଏହି ଦୋଷାର ମୂଲ୍ୟ ରହିଛି ୧୫୦୦ ଟଙ୍କା । ଜଣେ ଗ୍ରାହକ ଏହି ଚ୍ୟାଲେଂଜ ଅଂଶଗ୍ରହଣ କରିଥିଲେ ବି ହାରିଯାଇଥିବା କହିଛନ୍ତି ।