ପ୍ରତିଦିନ ସକାଳୁ ଖାଆନ୍ତୁ ଭୃଷଙ୍ଗ ପତ୍ର ,୫ଟି ରୋଗରୁ ମିଳିବ ମୁକ୍ତି । ଜାଣନ୍ତୁ କିପରି କରିବେ ସେବନ

350

କନକ ବ୍ୟୁରୋ: ପ୍ରତିଟି ଭାରତୀୟଙ୍କ ରୋଷେଇ ଘରେ ଭୃଷଙ୍ଗ ପତ୍ରର ଗୋଟିଏ ନିଜସ୍ୱ ପରିଚୟ ରହିଛି । ବିଶେଷ କରି ଦକ୍ଷିଣ ଭାରତରେ ଭୃଷଙ୍ଗ ପତ୍ରର ଅଧିକ ବ୍ୟବହାର ହୋଇଥାଏ । କାରଣ ଏହାର ସୁଗନ୍ଧ ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।

ଭୃଷଙ୍ଗ ପତ୍ରରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି ୪ରୁ ୫ ଟି ଭୃଷଙ୍ଗ ପତ୍ର ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ।

ଭୃଷଙ୍ଗ ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ:

ଭୃଷଙ୍ଗ ପତ୍ର ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ । ଯାହା ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ ।

ମଧୁମେହ ରୋଗୀମାନଙ୍କ ପାଇଁ ଭୃଷଙ୍ଗ ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ।

ଭୃଷଙ୍ଗ ପତ୍ରରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି । ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

ଭୃଷଙ୍ଗ ପତ୍ର ସେବନ ଦ୍ୱାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ । ଯାହାକି ଆମକୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଏଥିଲ ଏସିଟେଟ୍, ମହାନିମ୍ବଇନ୍ ଭଳି ନ୍ୟୁଟ୍ରିଏଣ୍ଟ ରହିଛି ଯାହା ଚର୍ବି ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ ।

ତେବେ ଗୋଟିଏ କଥା ମନେ ରଖନ୍ତୁ ଭୃଷଙ୍ଗ ପତ୍ର ଚୋବାର ତରିକା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପତ୍ରକୁ ଅଧିକରୁ ଅଧିକ ସମୟ ଚୋବଇ ଏହାର ରସକୁ ଢୋକିବାକୁ ଚେଷ୍ଟା କରନ୍ତୁ, ଯାହା ପାଚନ ଶକ୍ତିକୁ ଦୃଢ କରେ ।