ମୁହଁରେ ଓପନ୍ ପୋର୍ସ ଦେଖାଦେଲାଣି କି? ଆପଣାନ୍ତୁ ଏହି ସହଜ ଘରୋଇ ଟିପ୍ସ ।

298

କନକ ବ୍ୟୁରୋ: ଚେହେରାରେ ଲୋମ ଛିଦ୍ର ଦେଖାଯାଏ ତାକୁ ଓପନ୍ ପୋର୍ସ କୁହାଯାଏ । ଏଥିରେ ହାଲୁକା ଓ ଗଭୀର ଗର୍ତ୍ତ ଥିବାର ଦେଖାଯାଏ । ଏଥିପାଇଁ ମୁହଁ ଅସମତଳ ଦେଖାଯାଏ । ଏଥିରେ ଚେହେରା ତ ବିଗିଡିଯାଏ, ଏହା ସହିତ ଚେହେରା ଦେଖିବାକୁ ଭଲ ଲାଗେ ନାହିଁ । ପ୍ରାୟତଃ ଏହିସବୁ ଲୋମ ଛିତ୍ର ଗାଲ ଓ ନାକ ପାଖରେ ବେଶିକରି ଦେଖାଯାଏ । ଯେଉଁମାନେ ମେକଅପ୍ କରୁଛନ୍ତି ସେମାନେ ବୁଝିପାରିବେ ଯେ, ଏଥିରେ ମେକଅପ୍ କରିବା କେତେ କଷ୍ଟକର ହୋଇଯାଏ । ଏହି କାରଣରୁ ଲୋମ ଛିଦ୍ରରେ ଫେସ୍ ପ୍ୟାକ୍ ଲଗାଇବାକୁ ଚେଷ୍ଟା କରିବା ଉଚିତ । ନିମ୍ନରେ କେତେକ ଫେସ୍ ପ୍ୟାକ୍ ଦିଆଗଲା ଯାହା ଲୋମ ଛିଦ୍ରକୁ କମ୍ କରିବା ସହିତ ଚେହେରାକୁ ଆକର୍ଷଣୀୟ କରିବ ।

ମହୁ ଲେମ୍ବୁ- ଗୋଟିଏ ଚାମଚ ମହୁରେ ଅଧା ଚାମଚ ଲେମ୍ବୁ ରସ ଓ ଗୋଟିଏ ଚିମୁଟା ଚିନି ମିଶାଇ ସେହି ମିଶ୍ରଣକୁ ମୁହିଁରେ ମାଲିସ କରି ୫ ମିନିଟ ଛାଡିଦିଅନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇବାକୁ ହେବ । ମୁହଁ ଧୋଇବା ପରେ କେବେବି ମୁହଁକୁ ଜୋର ଦେଇ ଘଷନ୍ତୁ ନାହାଁନ୍ତି । ସପ୍ତାହରେ ୨-୩ ଥର ଏହିପରି କରିବା ଦ୍ୱାରା ଲୋମ ଛିଦ୍ର ଗୁୁଡିକ ଛୋଟ ହୋଇଯିବ ।

ବେସନ ଓ ଦହି- ଦୁଇ ଚାମଚ ଦହିରେ ଗୋଟିଏ ଚାମଚ ବେସନ ମିଶାଇ ଏହାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏହି ଫେସ୍ ପ୍ୟାକକୁ ୧୫-୨୦ ମିନିଟ ଯାଏଁ ଲଗାଇରଖନ୍ତୁ । ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ସପ୍ତାହକୁ ଅନ୍ତତଃ ୨-୩ଥର ଏପରି କଲେ ମୁହଁରେ ଖରାପ ଦେଖାଯାଉଥିବା ପୋର୍ସ ଗୁଡିକ ବନ୍ଦ ହାିଯିବା ସହ ମୁହଁରେ ଚମକ ଆସିବ ।

ଓଟ୍ସ ଫେସ୍ ପ୍ୟାକ୍- ୩ ଚାମଚ ଓଟ୍ସ, ୧ ଚାମଚ ଲ୍ମ୍ୁ, ରସ, ଅଧ ଚାମଚ ମହୁ, ସହିତ ସେଥିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପ୍ୟାକକୁ ୧୫ ମିନିଟ ଯାଏଁ ମୁହଁରେ ଲଗାଇ ରଖନ୍ତୁ । ସପ୍ତାହରେ ମାତ୍ର ଥରେ ଏହି ପ୍ୟାକର ବ୍ୟବହାର କରିବା ଉଚିତ । ଏହି ପ୍ୟାକ୍ ଲୋମ ଛିଦ୍ରକୁ କମ କରିବା ସହ ସ୍କିନ୍ କ୍ଲିଞ୍ଜିଂ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ ।