ଯେତେ ଗାଢ ରଙ୍ଗ ହେଉନା କହିଁକି । ୨ ମିନିଟରେ ଛାଡିଯିବ ।

272

 

କନକ ବ୍ୟୁରୋ: ଆସିଛି ରଙ୍ଗର ପର୍ବ ହୋଲି । ବିଭିନ୍ନ ରଙ୍ଗରେ ଚାରିଆଡ ରଙ୍ଗେଇ ହୋଇଯାଇଛି । ଏମିତି ଏକ ନିଆରା ପର୍ବରେ ଆପଣ କ’ଣ ରଙ୍ଗରୁ ବଞ୍ଚିପାରିବେ? କିନ୍ତୁ ରଙ୍ଗ ଲାଗିଲେ ଏହାକୁ କିପରି ଛଡେଇବେ ଜାଣନ୍ତୁ ଏହାର କିଛି ସହଜ ଉପାୟ ।

ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ ହୋଲି ଖେଳିବା ପୂର୍ବରୁ କେଉଁ ଉପାୟ ଆପଣାଇବେ । ଯାହାଦ୍ୱାରା ଚର୍ମରେ ରଙ୍ଗ ଲାଗିଲେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ ଏବଂ ରଙ୍ଗ ଲାଗିଲେ ବି ତାହା ଅତି ସହଜରେ ଛାଡିଯିବ ।

ଶରୀରର ଅନ୍ୟ ଚର୍ମ ଅପେକ୍ଷା ମୁହଁର ଚର୍ମ ସବୁଠୁ ସମ୍ବେଦନଶୀଳ । ତେଣୁ ରଙ୍ଗ ଖେଳିବା ପୂର୍ବରୁ ଏହାକୁ ସୁରକ୍ଷିତ ରଖିବାର ଉପାୟ ଜାଣି ରଖନ୍ତୁ । ରଙ୍ଗ ଖେଳିବା ପୂର୍ବରୁ ମୁହଁରେ ଏବଂ ପେଟ୍ରୋଲିୟମ୍ ଭ୍ୟାସେଲିନ୍ ମସାଜ କରିଦିଅନ୍ତୁ । ଏତତ୍ ବ୍ୟତୀତ ମୁହଁରେ ଅନ୍ୟ ଦିନ ପରି ସନସ୍କ୍ରିନ୍ ଲୋସନ୍ ବି ଲଗାଇପାରିବେ । ଏହାଦ୍ୱାରା ମୁହଁରେ ରଙ୍ଗ ଲାଗିଲେ ବି କିଛି ପ୍ରତିକ୍ରିୟା ହେବ ନାହିଁ ।

ଏ ତ ଗଲା ରଙ୍ଗ ଲାଗିବା ପୂର୍ବରୁ ପ୍ରସ୍ତୁତି । ଏବେ ଜାଣନ୍ତୁ ରଙ୍ଗ ଲାଗିବା ପରର ପ୍ରସ୍ତୁତି । ରଙ୍ଗ ଖେଳିବା ପରେ କିଛି ନଡିଆ ତେଲ ନେଇ ମୁହଁରେ ମସାଜ କରିନିଅନ୍ତୁ । ଏହାକୁ ତୁଳାରେ ପୋଛି ଦିଅନ୍ତୁ । ଆଉ ଯାହା ରଙ୍ଗ ଲାଗିଥିବ ଏହାକୁ ଫୋମ୍ ଯୁକ୍ତ ଫେସୱାସରେ ଛଡାଇପାରିବେ । ଫେସୱାସର କିଛି ବୁନ୍ଦା ନେଇ ଏହାକୁ ମୁହଁରେ ସ୍ପ୍ରେଡ କରି ସ୍କ୍ରବ କରନ୍ତୁ । ମୁହଁରୁ ଯାହା ବଳକା ରଙ୍ଗ ଲାଗିଥିବା ସବୁ ଛାଡି ମୁହଁ ପରିସ୍କାର ହୋଇଯିବ । ଏହି ଉପାୟରେ ଶରୀରରୁ ମଧ୍ୟ ରଙ୍ଗ ଛଡାଇପାରିବେ ।

୧ ଚାମୁଚ ବେସନରେ ୨ ଚିମୁଟା ବେସନ , ଆବଶ୍ୟକତା ଅନୁସାରେ ଗୋଲାପ ଜଳ ନିଅନ୍ତୁ । ଏଥିରେ ଏକ ପେଷ୍ଟ ବନାନ୍ତୁ । ଏହାକୁ ମହଁରେ ଲଗାଇ ଶୁଖିବା ଯାଏଁ ଛାଡି ଦିଅନ୍ତୁ । ଶୁଖିଗଲା ପରେ ଏହାକୁ ଉଷୁମ ପାଣିରେ ଛଡାଇଦିଅନ୍ତୁ । ପରେ ମୁହଁକୁ ପୋଛି କିଛି ମଶ୍ଚରାଇଜର ଲଗାନ୍ତୁ । ମୁହଁରେ ଲାଗିଥିବା ସବୁ ରଙ୍ଗ ଅତି ସହଜରେ ଛାଡିଯିବ ।
କିଛି ଲେମ୍ବୁ ରସରେ ସମ ପରିମାଣର ନଡିଆ ତେଲ ମିଶାନ୍ତୁ । ଏହାକୁ ଚେହେରାରେ ମସାଜ କରନ୍ତୁ । କିଛି ସମୟ ପରେ ଏହାକୁ ତୁଳାରେ ପୋଛି ଛଡାନ୍ତୁ ।ଦେଖିବେ ରଙ୍ଗର କିଛି ଦାଗ ରହିବନି ।