ସହରରେ ବଢୁଛି ଡେଙ୍ଗୁ ଭୟ । ଉପଶମ ପାଇଁ ସହଜ ଘରୋଇ ଉପଚାର ।

178

କନକ ବ୍ୟୁରୋ: ଡେଙ୍ଗୁ ଏପରି ଜ୍ୱର ଯାହାର ଚିକତ୍ସା ୨୪ ଘଣ୍ଟା ମଧ୍ୟରେ ଆରମ୍ଭ ନହେଲେ ଏହା ଘାତକ ହୋଇପାରେ । ଡେଙ୍ଗୁ ହେଲେ ଲାଲ ରକ୍ତ କଣିକା ବା ପ୍ଳେଟଲେଟ୍ସ ସଂଖ୍ୟା ଦ୍ରୁତ ଗତିରେ କମିଯାଏ । ରକ୍ତରେ ଏକ ଲକ୍ଷ ପର୍ଯ୍ୟନ୍ତ ପ୍ଲେଟଲେଟ୍ସ ଥିଲେ ରୋଗୀର ଶାରୀରିକ ଅବସ୍ଥା ଠିକ୍ ରହିଥାଏ । । କିନ୍ତୁ ଏହିସଂଖ୍ୟାରେ ହ୍ରାସ ହେଲେ ରୋଗୀ ଜଟିଳ ସମସ୍ୟା ଭୋଗିବା ସହ ପ୍ରାଣ ହରାଇବା ପରି ସ୍ଥିତି ମଧ୍ୟ ସୃଷ୍ଟି ହୁଏ । ଏପରି ଘାତକ ରୋଗରୁ ମୁକ୍ତି ତଥା ଶରୀରରେ ଲାଲ ରକ୍ତକଣିକାର ବୃଦ୍ଧି ପାଇଁ ଜାଣିବା କିଛି ଘରୋଇ ଉପାୟ ।

ପ୍ରତିଦିନ ଖାଇବାରେ ସିଝା ଅମୃତଭଣ୍ଡାକୁ ସାମିଲ କରନ୍ତୁ । ଏହା ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇବା ସହ କରୋନା ରୋଗୀଙ୍କ ଶରୀରରେ ଲାଲ ରକ୍ତକଣିକାକୁ ବୃଦ୍ଧି କରେ ।

ମେଥିପତ୍ରର ଜୁସ୍ କରିବା ଏହାକୁ ପ୍ରତ୍ୟହ ଖାଲିପେଟରେ ସେବନ କରନ୍ତୁ । ଏହା ଦ୍ୱାରା ଶରୀରରେ ଲାଲରକ୍ତ କଣିକାର ମାତ୍ରା ସହଜରେ ବୃଦ୍ଧି ପାଏ । ଫଳରେ ରୋଗୀକୁ ଡେଙ୍ଗୁ ଭୟ ନଥାଏ ।

ରାତିରେ ମେଥି ଦାନାକୁ ପାଣିରେ ବତୁରାଇ ସକାଳୁ ଏହି ପାଣିକୁ ଫୁଟାଇଦିଅନ୍ତୁ । ଥଣ୍ଡା ହେବା ଯାଏଁ ରଖନ୍ତୁ । ଏହାକୁ ଦିନ ସାରା ଡେଙ୍ଗୁ ରୋଗୀକୁ ପିଇବାକୁ ଦିଅନ୍ତୁ ।

ଔଷଧୀୟ ଗୁଣରେ ଭରା ଗିଲୋଏ ପତ୍ରକୁ ଭଲଭାବରେ ବାଟି, ଏହାର ରସକୁ ଖାଲିପେଟରେ ସେବନ କଲେ ମଧ୍ୟ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢିବା ସହ ଲାଲ ରକ୍ତକଣିକା ସୃଷ୍ଟି ହୋଇଥାଏ । ଏହାସହ ପ୍ରତିଦିନ ତୁଳସୀ ପତ୍ର ଖାଇବା ଅଭ୍ୟାସ କରନ୍ତୁ । ଏଥିରେ ଡେଙ୍ଗୁ ରୋଗୀକୁ ଆରାମ ମିଳିଥାଏ ।

ଏକ କପ୍ କ୍ଷୀରରେ ଅଧା ଚାମଚ ହଳଦୀ ପକାଇ ରୋଗୀକୁ ଦିଅନ୍ତୁ । ଏହା ସହ ଗୁଡ ଖାଇପାରିବେ । ହଳଦୀରେ ଆଣ୍ଟି କଗଲେଣ୍ଟ ଥିବାରୁ ଏହା ରକ୍ତକଣିକା ଗୁଡିକୁ ବାନ୍ଧି ରଖିବାରେ ସହାୟକ ହୁଏ । ଫଳରେ ଶରୀରରେ ପ୍ଲେଟଲେଟ୍ସ ବା ଲାଲ ରକ୍ତକଣିକା ବୃଦ୍ଧି ହୋଇଥାଏ ।

କଅଁଳ ପଜୁଳି ପତ୍ରର ଜୁସ୍ ମଧ୍ୟ ଡେଙ୍ଗୁରୋଗୀ ପାଇଁ ବେଶ ଲାଭ ଦାୟକ ।

ଶୁଣ୍ଠିର ବ୍ୟବହାର ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ଲାଭଦାୟକ ।