କେବଳ ଓଡ଼ିଶା ନୁହେଁ ନବୀନଙ୍କ ଫୋକସରେ ରହିଛି ପୂରା ପୂର୍ବାଞ୍ଚଳର ବିକାଶ । ବୈଠକରେ ଗୃହମନ୍ତ୍ରୀଙ୍କ ଆଗରେ ବିଭିନ୍ନ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment
କେବଳ ଓଡ଼ିଶା ନୁହେଁ ନବୀନଙ୍କ ଫୋକସରେ ରହିଛି ପୂରା ପୂର୍ବାଞ୍ଚଳର ବିକାଶ । ବୈଠକରେ ଗୃହମନ୍ତ୍ରୀଙ୍କ ଆଗରେ ବିଭିନ୍ନ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ୪ଟି ପ୍ରସଙ୍ଗ ଉଠାଇଲେ ନବୀନ। ଜାତୀୟ ସଂହତି ଓ ରାଜ୍ୟ ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବା ଦରକାର।

ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡକ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ। କାରଣ କେନ୍ଦ୍ର ତାଲିକାରେ ଏହି ସବୁ ପ୍ରସଙ୍ଗ ଆସୁଥିଲେ ଥିଲେ ପୂର୍ବାଞ୍ଚଳ ପଛରେ ରହିଛି । ପୂର୍ବାଞ୍ଚଳରୁ ଦେଶ ଅଧିକ ଖଣି ରାଜସ୍ୱ ପାଉଛି । ଏହା ଦେଶର ଶିଳ୍ପାୟନର ବିକାଶରେ ସବୁଠାରୁ ବଡ ମାଧ୍ୟମ ସାଜିଛି । ପୂର୍ବାଞ୍ଚଳ ଜନସାଧାରଣ ମଧ୍ୟ ଏହି ବିକାଶର ଭାଗିଦାରୀ ହେବା ଉଚିତ ବୋଲି କହିଛନ୍ତି ନବୀନ ।

ସେହିଭଳି ବୈଠକରେ ନବୀନ କହିଛନ୍ତି, ୨୦୧୨ରୁ କୋଇଲା ରୟାଲିଟି ସଂଶୋଧନ ହୋଇ ନାହିଁ। ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି। କ୍ଲିନ ଏନର୍ଜି ସେସ ରାଜ୍ୟଗୁଡିକୁ ଦେବା ଦରକାର। ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ। ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ହୋଇଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି।

publive-imageରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ। ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗକୁ ବଢୁନଥିବା ପ୍ରସଙ୍ଗ ମଧ୍ୟ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ ।

ସେହିଭଳି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ଏହି ବୈଠକର ମୂଳ ଲକ୍ଷ୍ୟ । ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ । ଏହା ଜରିଆରେ ହିଁ କେନ୍ଦ୍ର ଓ ରାଜ୍ୟ ସମ୍ପର୍କ ମଜବୁତ୍ ହୋଇପାରିବ ବୋଲି କହିଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe