ପୂର୍ବ ଲଦାଖରେ ଭାରତୀୟ ସେନାର ପରାକ୍ରମ । ଅତ୍ୟାଧୁନିକ ଟ୍ୟାଙ୍କ, ଗନ ଓ ତୋପ ସହ ଯୁଦ୍ଧାଭ୍ୟାସ କରୁଛି ସେନା,ସିନ୍ଧୁନଦୀ ପାଦ ଦେଶରେ ଚାଲିଛି ଯୁୁଦ୍ଧାଭ୍ୟାସ

141

କନକ ବ୍ୟୁରୋ : ନିଜର ଶତ୍ରୁକୁ କଡ଼ା ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତୀୟ ସେନା । ଶନିବାର ପୂର୍ବ ଲଦାଖରେ ସେନାରେ ସାମିଲ ହୋଇଥିବା ନୂଆ ପ୍ରତିରକ୍ଷା ପ୍ରଣାଳୀ ସହ ଭାରତୀୟ ସେନା ଯୁଦ୍ଧାଭ୍ୟାସ କରିଛି । ସ୍ୱଦେଶୀ କୌଶଳରେ ନିର୍ମିତ ଟ୍ୟାଙ୍କ ମୁତୟନ କରିବା ସହ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ସହ ଯୁଦ୍ଧାଭ୍ୟାସ କରାଯାଇଛି । ବିଶେଷ କରି ୨୦୨୦ ଗଲୱାନ ଘାଟି ହିଂସା ପରେ ସେନା ଅଧିକ ଅଧିକ ସଜାଗ ହୋଇଛି ।