ଶ୍ରୀଲଙ୍କାର କଲମ୍ବୋରେ ଇଷ୍ଟର ପର୍ବ ଅବସରରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ ବ୍ୟକ୍ତିଙ୍କ ସମ୍ପନ୍ଧରେ ନୂଆ ଆକଳନ ସାମନାକୁ ଆସିଛି । ଶ୍ରୀଲଙ୍କା ସରକାର ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ଆକଳନ ମୁତାବକ ମୃତକଙ୍କ ସଂଖ୍ୟା ୩୫୯ ନୁହେଁ ବରଂ ୨୫୩ । ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମାମଲାର ନିର୍ଦ୍ଦେଶକ ଜେନେରାଲ ଏକ ବୟାନ ଜାରି କରି କହିଛନ୍ତି କି, ମୃତ୍ୟୁ ଆକଳନ ଏଥିପାଇଁ ଅଧିକ ହୋଇଯାଇଥିଲା କାରଣ କ୍ଷତିଗ୍ରସ୍ତ ଶବର ଗଣନା ଭିନ୍ନ ଭିନ୍ନ ସ୍ଥାନରେ ଏଣେତେଣେ ପଡିଥିବା ଅଙ୍ଗ ଗୁଡିକ ଆଧାରରେ ହୋଇଥିଲା ।
ଗୁରୁବାର ଦିନ ଆକଳନକୁ ସଂଶୋଧିତ କରିବା ପରେ ଶ୍ରୀଲଙ୍କାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି କି, ମୃତ୍ୟୁ ସଂଖ୍ୟା ୨୫୩ । ବ୍ୟବଚ୍ଛେଦ ଏବଂ ଡିଏନଏ ରିପୋର୍ଟ ଆସିବା ପରେ ପୁଲିସ ୧୦୬ଟି ମୃତ୍ୟୁ ସଂଖ୍ୟା କମାଇ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ୪୮୫ ଆହତ ବ୍ୟକ୍ତି ଡାକ୍ତରଖାନାକୁ ଆସିଥିଲେ। ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୪୯ ଜଣଙ୍କୁ ଛାଡ଼ି ବାକି ସେମାନଙ୍କ ଘରକୁ ଫେରିଯାଇଛନ୍ତି। ଇଷ୍ଟର୍ ରବିବାର ନରସଂହାର ପାଇଁ ଶ୍ରୀଲଙ୍କା ସରକାର ସ୍ଥାନୀୟ ଇସଲାମିଷ୍ଟ୍ ସଂଗଠନକୁ ନିନ୍ଦା କରିଛନ୍ତି।
ଆଜି ଏବଂ ଆସନ୍ତାକାଲି ଶ୍ରୀଲଙ୍କାର ଉପାସନାସ୍ଥଳୀଗୁଡ଼ିକରେ ପୁଣି ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଗୁରୁବାର ଦିନ ସେଠାରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଚେତାବନୀ ଦେଇଛି। ଦୂତାବାସ ଟୁଇଟ୍ କରିଛି କି, ଉପାସନା ପୀଠ ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିଶେଷ କରି ଏପ୍ରିଲ୍ ୨୬ ରୁ ଏପ୍ରିଲ୍ ୨୮ ତାରିଖ ରବିବାର ଯାଏଁ। ଜାଗ୍ରତ ରୁହ ଏବଂ ଜନଗହଳିକୁ ଯାଅ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Untitled-1-2.jpg)
/kanak/media/post_attachments/wp-content/uploads/2019/04/2019_4_img24_Apr_2019_PTI4_24_2019_000082B-300x169.jpeg)
/kanak/media/post_attachments/wp-content/uploads/2019/04/maxresdefault-4-300x169.jpg)